ରାଜ୍ୟ ସରକାରଙ୍କ ସହ ନୂଆ ବୁଝାମଣା କରିବାକୁ ଆଇଓସିଏଲ୍‌ ପ୍ରସ୍ତୁତ: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ନୂଆ ବୁଝାମଣା କରିବା ପାଇଁ ଆଇଓସିଏଲ୍‌ ପ୍ରସ୍ତୁତ ଅଛି। ୨୦୦୪ରେ ବୁଝାମଣା ବେଳେ ବର୍ତ୍ତମାନର କେନ୍ଦ୍ର ସରକାର ନ ଥିଲେ।  ଆଇଓସିଏଲ୍‌ ସହ ରାଜ୍ୟ ସରକାର ଚୁକ୍ତି ବାତିଲ କରିବା ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି। ସେ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥହାନି ହେବା ଭଳି ଆଇଓସିଏଲ୍‌ କିଛି କରିବ ନାହିଁ। ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଆଉ ଥରେ ବୁଝାମଣା କରିବାକୁ ପ୍ରସ୍ତୁତ ଅଛୁ।” ସେ […]

central miniser d

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 11:23 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ନୂଆ ବୁଝାମଣା କରିବା ପାଇଁ ଆଇଓସିଏଲ୍‌ ପ୍ରସ୍ତୁତ ଅଛି। ୨୦୦୪ରେ ବୁଝାମଣା ବେଳେ ବର୍ତ୍ତମାନର କେନ୍ଦ୍ର ସରକାର ନ ଥିଲେ।  ଆଇଓସିଏଲ୍‌ ସହ ରାଜ୍ୟ ସରକାର ଚୁକ୍ତି ବାତିଲ କରିବା ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି।

ସେ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥହାନି ହେବା ଭଳି ଆଇଓସିଏଲ୍‌ କିଛି କରିବ ନାହିଁ। ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଆଉ ଥରେ ବୁଝାମଣା କରିବାକୁ ପ୍ରସ୍ତୁତ ଅଛୁ।”

ସେ ଆହୁରି କହିଛନ୍ତି,“ଉତ୍ପାଦନ ଆରମ୍ଭ ହେବା ଠାରୁ ୧୧ ବର୍ଷ ପର୍ଯ୍ୟନ୍ତ ଆଇଓସିଏଲ୍‌କୁ ବିକ୍ରି କର ଛାଡ଼ କରିବାକୁ ରାଜ୍ୟ ସରକାରଙ୍କ ସହ ବୁଝାମଣା ହୋଇଥିଲା। ଆଇଓସିଏଲ୍‌ ବାବଦରେ ମୋ ଉପରେ ମୁଖ୍ୟମନ୍ତ୍ରୀଙ୍କ କ୍ରୋଧ ମୁଁ ବୁଝିପାରୁଛି।”

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ମନ୍ତ୍ରୀ ଦାମୋଦର ରାଉତ ଜବାବ ରଖିଛନ୍ତି। ସେ କହିଛନ୍ତି,“ଆମେ ସେମାନଙ୍କ ସହ ଆଲୋଚନା କରିବୁ ନାହିଁ।  ଧର୍ମେନ୍ଦ୍ର ଦୁଇ ପାଦ ଆଗେଇଲେ ଆଇଓସିଏଲ୍‌  ବନ୍ଦ କରି ଦେବି।”

ସେ ଆହୁରି କହିଛନ୍ତି,“ଆଇଓସିଏଲ୍‌ରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁ ନାହିଁ। ପରିବେଶ ପ୍ରଦୂଷଣ ହେଉଛି। ଲୋକେ ମାତିଲେ ମୁଁ କ’ଣ, ଲୋକେ ବନ୍ଦ କରି ଦେବେ।”

ଆଇଓସିଏଲ୍‌ ନେଇ ଦାମଙ୍କ ଚେତାବନୀର କଡା ଜବାବ ଦେଇଛି ବିଜେପି। ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ଆଇଓସିଏଲ୍‌ କୌଣସି ବ୍ୟକ୍ତିର ନୁହଁ କି ବ୍ୟକ୍ତିଗତ ଜାଗିରଦାରି ନୁହେଁ। ଆଇସିଏଲ୍‌ ବନ୍ଦ କରିଦେବା କହିବା ଔଦ୍ଧତ୍ୟ ପଣିଆର ବଡ଼ ନମୁନା। ନିଜ ଦଳର ଲୋକଙ୍କୁ ଠିକା ନମିଳିବାରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଦାମ ଏହା କରୁଛନ୍ତି।”

ସେ କହିଛନ୍ତି,“ଆଇଓସିଏଲ୍‌ ପ୍ରତିଷ୍ଠା ଯୁବକଙ୍କ ରୋଜଗାର ପାଇଁ ସର୍ବଶ୍ରେଷ୍ଠ ଅବଦାନ। ଆଇଓସିଏଲ୍‌ ପ୍ରତିଷ୍ଠା ବିଜେପି-ବିଜେଡିର ଲାଭ ପାଇଁ ନୁହେଁ। ଦୀର୍ଘ ୧୭ ବର୍ଷ ଭିତରେ ରାଜ୍ୟ ସରକାର କେତେ ନିଯୁକ୍ତି ଦେଇଛନ୍ତି ତାହାକୁହନ୍ତୁ।”

 

Related story