ଆଇପିଏସ ବାବୁ ଦେବେନି କି ସଂପତ୍ତି ତାଲିକା ?

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ସମ୍ପତ୍ତି ତାଲିକା ଦେଉନାହାନ୍ତି ରାଜ୍ୟର ୮ ଆଇପିଏସ୍। ୧୨୬ ଆଇପିଏସରୁ ୮ଜଣ ଦେଇନାହାନ୍ତି ସମ୍ପତ୍ତି ତାଲିକା। ବର୍ଷ ଶେଷରେ ସମସ୍ତ ଆଇପିଏସ୍ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ। କେବଳ ମିଳୁଛି ଆଇପିଏସଙ୍କ ସ୍ଥାବର ବା ଅଚଳ ସମ୍ପତ୍ତି ତାଲିକା। ଅସ୍ଥାବର ବା ସଚଳ ସମ୍ପତ୍ତି ଦେଇଛନ୍ତି କେବଳ ଜଣେ ଆଇପିଏସ୍। ଏଚଆରଏମ୍ଏସ୍ ପୋର୍ଟାଲରେ ବି ଦେଉନାହାନ୍ତି ସମ୍ପତ୍ତି ତାଲିକା। ଆଇଏଏସ୍ ଅଫିସରଙ୍କ ଭଳି ରାଜ୍ୟର ଅନେକ ଆଇପିଏସ୍ ଅଫିସର ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା […]

ips-property

  • Published: Thursday, 06 October 2022
  • , Updated: 06 October 2022, 09:28 PM IST

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ସମ୍ପତ୍ତି ତାଲିକା ଦେଉନାହାନ୍ତି ରାଜ୍ୟର ୮ ଆଇପିଏସ୍। ୧୨୬ ଆଇପିଏସରୁ ୮ଜଣ ଦେଇନାହାନ୍ତି ସମ୍ପତ୍ତି ତାଲିକା। ବର୍ଷ ଶେଷରେ ସମସ୍ତ ଆଇପିଏସ୍ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ। କେବଳ ମିଳୁଛି ଆଇପିଏସଙ୍କ ସ୍ଥାବର ବା ଅଚଳ ସମ୍ପତ୍ତି ତାଲିକା। ଅସ୍ଥାବର ବା ସଚଳ ସମ୍ପତ୍ତି ଦେଇଛନ୍ତି କେବଳ ଜଣେ ଆଇପିଏସ୍। ଏଚଆରଏମ୍ଏସ୍ ପୋର୍ଟାଲରେ ବି ଦେଉନାହାନ୍ତି ସମ୍ପତ୍ତି ତାଲିକା।

ଆଇଏଏସ୍ ଅଫିସରଙ୍କ ଭଳି ରାଜ୍ୟର ଅନେକ ଆଇପିଏସ୍ ଅଫିସର ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ସର୍ବସାଧାରଣରେ ବା ପବ୍ଲିକ୍ ଡୋମେନରେ ଦେଉନାହାନ୍ତି। ସର୍ବଭାରତୀୟ ସେବା ନିୟମାବଳୀ ଅନୁଯାୟୀ, ବର୍ଷ ଶେଷରେ ତା’ ପର ବର୍ଷ ଜାନୁଆରୀ ୩୧ ତାରିଖ ସୁଦ୍ଧା ସମସ୍ତ ଆଇପିଏସ୍ ଅଧିକାରୀ ସେମାନଙ୍କର ଅଚଳ ସମ୍ପତ୍ତିର ତାଲିକା ଦାଖଲ କରିବାକୁ ବାଧ୍ୟ। ମାତ୍ର ଏବେ ବି ରାଜ୍ୟର ୧୨୬ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ୮ଜଣ ସେମାନଙ୍କର ଅଚଳ ସମ୍ପତ୍ତିର ତାଲିକା ଗୃହ ମନ୍ତ୍ରଣାଳୟର ଇଣ୍ଡିଆନ୍ ପୋଲିସ ସର୍ଭିସ୍ ୱେବସାଇଟରେ ଅପଲୋଡ୍ କରିନାହାନ୍ତି। ଅନ୍ୟ ଅର୍ଥରେ କହିଲେ ପ୍ରାୟ ୭ ପ୍ରତିଶତ ଅଫିସରଙ୍କର ନିୟମ ପ୍ରତି ଖାତିର ନାହିଁ। ଅନ୍ୟପଟରେ କେବଳ ଜଣେ ଆଇପିଏସ୍ ଅଧିକାରୀ ଅନୁପମା ଜେମସ୍ ରାଜ୍ୟ ସରକାରଙ୍କ ଏଚଆରଏମସ୍ ପୋର୍ଟାଲରେ ଉଭୟ ଅଚଳ ଓ ସଚଳ ସମ୍ପତ୍ତିର ତାଲିକା ଦେଇଛନ୍ତି।

ଏନେଇ ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର କହିଛନ୍ତି, ସମ୍ଭବତଃ ଅନ୍‌ଲାଇନ୍‌ରେ ସମ୍ପତ୍ତି ତାଲିକା ଲୋଡ୍ କରିବା ପରେ ବି ଅଫିସ୍‌ସ୍ତରରେ ତାହା ସର୍ବସାଧାରଣକୁ ଆସିପାରି ନ ଥିବ। ତଥାପି ଯେଉଁମାନେ ସମ୍ପତ୍ତି ତାଲିକା ଦେଉନାହାନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବା ଉଚିତ୍।

ପୂର୍ବତନ ଡିଜିପି ସଂଜୀବ ମାରିକ କହିଛନ୍ତି, ପୂର୍ବରୁ ଅଧା ଆଇପିଏସ୍ ଅଫିସରମାନେ ସମ୍ପତ୍ତି ତାଲିକା ଦେଉ ନ ଥିଲେ। ଏବେ ପଦୋନ୍ନତିରେ ସମସ୍ୟା ସୃଷ୍ଟି ହେଉଥିବାରୁ ଅଧିକାଂଶ ଆଇପିଏସ୍ ଅଫିସ୍‌ର ସମ୍ପତ୍ତି ତାଲିକା ଦେଉଛନ୍ତି। ଯେଉଁମାନେ ଦେଉନାହାନ୍ତି, ସରକାର ଚାହିଁଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ।

ଗୃହ ମନ୍ତ୍ରଣାଳୟର ଇଣ୍ଡିଆନ୍ ପୋଲିସ ସର୍ଭିସ୍ ଓ୍ୱେବସାଇଟ ଓ ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରୁ ଆସନ୍ତୁ ଦେଖିବା କେଉଁ ଆଠ ଜଣ ଆଇପିଏସ୍ ଏପର୍ଯ୍ୟନ୍ତ ଗତ ବର୍ଷର ଅଚଳ ସମ୍ପତ୍ତିର ତାଲିକା ଦେଇନାହାନ୍ତି:-

  • ବିନୟତୋଷ ମିଶ୍ର, ନିର୍ଦ୍ଦେଶକ, ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋ
  • ଏନ୍. ବି. ଭାରତୀ. ଆଇଜି ପୁଲିସ୍, ଏଚଆରପିସି
  • ଏସ୍. ସାୟିନୀ, ଆଇଜି, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ
  • ସ୍ୱାତୀ ଏସ୍ କୁମାର, ଏସଡିପିଓ, ତାଳଚେର
  • ସେଲକେ ନଚିକେତ ବିଶ୍ୱନାଥ, ଅତିରିକ୍ତ ଏସପି, ଗଂଜାମ
  • ରାହୁଲ ଗୋଏଲ, ଆଇପିଏସ୍
  • ସମୀର କୁମାର ଜେନା, ଆଇପିଏସ୍
  • ବିନୋଦ ପାଟିଲ, ଆଇପିଏସ୍

ସର୍ବ ଭାରତୀୟ ସେବା ନିୟମାବଳୀ ଅନୁସାରେ ଆଇପିଏସ୍ ଅଫିସରମାନେ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ନକଲେ ପଦୋନ୍ନତି ବେଳେ ସେମାନଙ୍କୁ ଭିଜିଲାନସ କ୍ଲିଅରାନ୍ସ ମିଳିବ ନାହିଁ। ଲୋକାୟୁକ୍ତ ଆଇନ ଆଧାରରେ ରାଜ୍ୟର ତଳ ପାହ୍ୟାରେ ଥିବା ଅନ୍ୟ କର୍ମଚାରୀମାନେ ଏବେ ପବ୍ଲିକ୍ ଡୋମେନରେ ଉଭୟ ଅଚଳ ଓ ସଚଳ ସମ୍ପତ୍ତିର ତାଲିକା ଦେଉଥିବା ବେଳେ ଉପର ପାହ୍ୟାରେ ଥାଇ ନିୟମ ମାନୁନଥିବା ଅଧିକାରୀଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ, ସେ ନେଇ ପ୍ରଶ୍ନ ଉଠୁଛି।

Related story