ପାରାଳାଖେମୁଣ୍ଡି(ଆଦର୍ଶ ଦାସ): ଗଞ୍ଜାମ IPS ସାରା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜଣେ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ପରିଚିତ ଥିବା ଏହି ଅଧିକାରୀ ନିଜ କଣ୍ଠର ଯାଦୁରେ ବି ସମସ୍ତଙ୍କୁ ମତୁଆଲା କରିପାରନ୍ତି। ପୂର୍ବରୁ ସେ ବହୁ ଗୀତରେ କଣ୍ଠଦାନ କରିସାରିଥିବା ବେଳେ ଏବେ ଫୁଟବଲ ମ୍ୟାଚ ପାଇଁ ଥିମ୍ ସଙ୍ଗ ଗାଇ ପ୍ରଶଂସା ସାଉଣ୍ଟିଛନ୍ତି ଏହି ଅଫିସର।
ଗତକାଲି ଏହି ଥିମ୍ ସଙ୍ଗକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟୁଡିଓରେ ଥିମ୍ ସଙ୍ଗ ଗାଇବା ବେଳେ ସାରା ଶର୍ମା ଧୁନର ତାଳରେ ନିଜକୁ ହଜାଇ ଦେଇଥିଲେ।
ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ ଏବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଫୁଟବଲ ମ୍ୟାଚ ଚାଲିଛି। ଏଥିନିମନ୍ତେ ଥିମ୍ ସଂଗ ଗାଇଛନ୍ତି IPS ସାରା । ଏହି ଥିମ୍ ସଙ୍ଗକୁ ଗତକାଲି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଚାଲିଥିବା ଜୋନାଲ ଫୁଟବଲ ମ୍ୟାଚଗୁଡ଼ିକରେ ଏହି ଗୀତ ପରିବେଷଣ କରାଯାଉଛି ।
ଆସନ୍ତା ମାସରେ ବାରବାଟୀରେ ହେବାକୁ ଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଫାଇନାଲ ମ୍ୟାଚରେ ବି ଏହି ଗୀତ ପରିବେଷଣ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ ବସ୍; ମହିଳାଙ୍କ ପାଇଁ ୫୦% ରିହାତି
ମହିଳାଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା ରହିଛି। ରହିବା, ଖାଇବାର ବ୍ୟବସ୍ଥା କରିବ OSRTC। ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବସ୍ ଗୁଡ଼ିକ ଅଯୋଧ୍ୟା ଯିବ ବୋଲି OSRTC ଅତିରିକ୍ତ ସଚିବ କହିଛନ୍ତି।
Crime
Z1ରେ ରହିଛି ହଂସିକାଙ୍କ ୩ଟି ଫ୍ଲାଟ୍; IT ଓ ପୁଲିସ୍ ଚଢ଼ଉ
ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(IT) ଓ କମିସନରେଟ୍ ପୁଲିସ୍।। କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ।
Guest Column
ଆର୍ଥିକ ଓ ସାମାଜିକ ସ୍ଥିତି ଆଧାରରେ ଶିକ୍ଷାସେବା ଜରୁରୀ
ଓଡ଼ିଶାରେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ି ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହୁଛି। ପ୍ରାୟ ୨୭.୩ ଭାଗ ଛାତ୍ରଛାତ୍ରୀ ମାଧ୍ୟମିକ ସ୍ତରରେ ପାଠପଢ଼ା ଛାଡ଼ି ଚାଲିଯାଉଛନ୍ତି। ରାଜ୍ୟରେ ପୂର୍ବତନ ସରକାର ନିର୍ବାଚନ ଆସିବା ପୂର୍ବରୁ ଏପରି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନବମ, ଦଶମ, ଏକାଦଶ ପିଲାମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ନିର୍ବାଚନ ଉଦ୍ଦେଶ୍ୟରେ କରାଯାଇଥିବା ସେତେବେଳେ ସମସ୍ତେ ଉପଲବ୍ଧି କରିଥିଲେ।
Crime
ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିବାଦ କରିବାରୁ ଛୁରା ମାଡ଼
ନାବାଳିକାଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଛୁରା ମାଡ଼ ।
Accident
ଟ୍ରକକୁ ପିଟିଲା କୋର୍ଟ ଭ୍ୟାନ୍, ପୁଲିସ୍ ଓ ମୁଦାଲା ଆହତ
ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍ । ଏଥିରେ କୋର୍ଟ ଭ୍ୟାନ୍ର ସମ୍ମୁଖ କାଚ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।