ସତ୍ୟଜିତ୍ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ମହାନ୍ତିଙ୍କୁ ୬୨ବର୍ଷ ବୟସ ହେବାପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଆଇପିଏସ୍ ଶ୍ରୀ ମହାନ୍ତି ଚଳିତବର୍ଷ ଅଗଷ୍ଟ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳଙ୍କ ଅନୁମୋଦନ ପରେ ଶ୍ରୀ ମହାନ୍ତିଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ଅବସ୍ଥାପିତ […]

satyajit-mohanty

satyajit-mohanty

Tapas Behera
  • Published: Monday, 01 February 2021
  • Updated: 01 February 2021, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ମହାନ୍ତିଙ୍କୁ ୬୨ବର୍ଷ ବୟସ ହେବାପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଆଇପିଏସ୍ ଶ୍ରୀ ମହାନ୍ତି ଚଳିତବର୍ଷ ଅଗଷ୍ଟ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳଙ୍କ ଅନୁମୋଦନ ପରେ ଶ୍ରୀ ମହାନ୍ତିଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କୁ ୬୨ବର୍ଷ ବୟସ ହେବାପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଏବେ ଓପିଏସସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ବିଭୂତି ଭୂଷଣ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି।
ପାୱାର କରିଡରରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ପୂର୍ବରୁ ଗୁଡବୁକରେ ଥିବା ଆଇପିଏସ୍ ଶ୍ରୀ ମହାନ୍ତିଙ୍କୁ ଏବେ ଆଗୁଆ ଥଇଥାନ କରିଛନ୍ତି। ପୁଲିସ ପ୍ରଶାସନରେ ଏକ ବଡ଼ଧରଣର ଅଦଳବଦଳ କରିବା ପାଇଁ ଯୋଜନା ଚାଲିଥିବାରୁ ତା’ପୂର୍ବରୁ ଶ୍ରୀ ମହାନ୍ତିଙ୍କୁ ଥଇଥାନ କରାଯାଇଥିବା ଜଣାପଡ଼ିଛି। ଶ୍ରୀ ମହାନ୍ତିଙ୍କ ପୂର୍ବରୁ ଏହି ପଦବୀ ଅନ୍ୟ ଜଣେ ବରିଷ୍ଠ ଆଇପିଏସଙ୍କୁ ଅଫର କରାଯାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos