ସରକାରଙ୍କ ପାରିବାପଣିଆ: ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲାରେ ୪ ବର୍ଷରେ ୪ଟି ଘର ବାତିଲ

Ordigital Desk
  • Published: Saturday, 12 May 2018
  • , Updated: 12 May 2018, 08:52 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲାରେ ପଦାକୁ ଆସିଛି ରାଜ୍ୟ ସରକାରଙ୍କ ପାରିବାପଣିଆ। ପାଖାପାଖି ୪ ବର୍ଷରେ ବାତିଲ ହୋଇଛି ମାତ୍ର ୪ଟି ଇଚ୍ଛାଧୀନ କୋଟାରେ ନିଆଯାଇଥିବା ଘର। ଆଉ ଅନ୍ୟ ଇଚ୍ଛାଧୀନ କୋଟା ମାମଲାର ଶୁଣାଣି ହୋଇଛି। ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ।</p> <p>ଭୁବନେଶ୍ୱର ଡେଭଲମେଣ୍ଟ ଅଥରିଟି ବା ବିଡିଏର ୭୯୧ଟି ମାମଲା ମଧ୍ୟରୁ ୬୩୨ ମାମଲାର ଶୁଣାଣି ହୋଇଥିବାବେଳେ ବାକି ରହିଛି ୧୫୯। ଠିକ୍ ସେହିଭଳି ସିଡିଏର ୯୨୧ ମାମଲା ମଧ୍ୟରୁ ୧୧୨ଟିର ଶୁଣାଣି ସରିଛି, ୮୦୯ଟି ବାକି ରହିଛି। ସେପଟେ ଓଡିଶା ରାଜ୍ୟ ଗୃହ ନିର୍ମାଣର ୬୭ ମଧ୍ୟରୁ ୪୯ଟି ଶୁଣାଣି ହୋଇଥିବାବେଳେ ୧୮ଟି ବାକି ରହିଛି। ଇଚ୍ଛାଧୀନ କୋଟାରେ ଫ୍ଲାଟ, ଘର ବାତିଲ କରିବାକୁ ଡିସେମ୍ବର ୨୦୧୪ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ହେଲେ ଏହି କୋଟାରେ ଆଇଏସ୍, ଆଇପିଏସ୍ ଓ ଅନ୍ୟ ପ୍ରଭାବଶାଳୀ ନେତା ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହେଉଛି। ଏନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।</p>

Related story