ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସଦସ୍ୟ ଚୟନରେ ରାଜନୀତି, କମିଟିରେ ସ୍ଥାନ ପାଇଲେନି ବରିଷ୍ଠ ନେତା

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ରାଜ୍ୟ ସରକାର ୨ଜଣ ସାଂସଦ ଓ ୧୧ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ମନୋନୀତ କରିଛନ୍ତି। ତେବେ ସଦସ୍ୟ ଚୟନ ପଛରେ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ରାଜନୀତିକ  ଉଦ୍ଦେଶ୍ୟର ଆଭାସ ମିଳିଛି। ସୋମବାର ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପରିଷଦରେ ୨ଜଣ ଲେଖାଏ ବିଜେପି ଓ କଂଗ୍ରେସ ବିଧାୟକଙ୍କୁ ସାମିଲ କରାଯାଇଛି। ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓ ଓ […]

x53

Ordigital Desk
  • Published: Monday, 13 August 2018
  • , Updated: 14 August 2018, 12:40 PM IST
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ରାଜ୍ୟ ସରକାର ୨ଜଣ ସାଂସଦ ଓ ୧୧ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ମନୋନୀତ କରିଛନ୍ତି।
ତେବେ ସଦସ୍ୟ ଚୟନ ପଛରେ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ରାଜନୀତିକ  ଉଦ୍ଦେଶ୍ୟର ଆଭାସ ମିଳିଛି।
ସୋମବାର ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପରିଷଦରେ ୨ଜଣ ଲେଖାଏ ବିଜେପି ଓ କଂଗ୍ରେସ ବିଧାୟକଙ୍କୁ ସାମିଲ କରାଯାଇଛି। ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓ ଓ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ବ୍ୟତୀତ ବିଜେପି ବିଧାୟକ ବସନ୍ତ ପଣ୍ଡା ଓ ନୀତେଶ ଗଙ୍ଗଦେବ ଏବଂ କଂଗ୍ରେସ ବିଧାୟକ ନବକିଶୋର ଦାସ ଓ ଯୋଗେଶ କୁମାର ସିଂହ ସଦସ୍ୟ ଅଛନ୍ତି ।
ଏମାନଙ୍କ ଛଡ଼ା ବିଜେଡି ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ପଦ୍ମନାଭ ବେହେରା, ସଞ୍ଜୀବ ସାହୁ, ରମେଶ ପଟୁଆ, ରୀତା ସାହୁ, ଟୁକୁନି ସାହୁ ଓ ମହିଧର ରଣାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।
ତେବେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବରଗଡ଼ ଓ କଳାହାଣ୍ଡିର ସାଂସଦମାନଙ୍କୁ କମିଟିରେ ସାମିଲ କରାଯାଇନି।
ଏପରିକି ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ କିମ୍ବା କଳାହାଣ୍ଡିର ବରିଷ୍ଠ ନେତା ବଳଭଦ୍ର ମାଝୀଙ୍କୁ କମିଟିରେ ସାମିଲ କରାଯାଇ ନ ଥିବାରୁ ଏହାପଛରେ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀର 'ହୀନ ରାଜନୀତି' ରହିଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।

Related story