ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ ଜାଲ୍ ‌!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ୨୫.୧୧ : ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସବୁକ୍‌ ଆକାଉଣ୍ଟ ଜାଲ୍‌। କାରଣ ଏ ବିଷୟରେ ତାଙ୍କ ଅଫିସରେ କୌଣସି ରେକର୍ଡ଼ ନାହିଁ। ଏ ଦୁଇଟି ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ନାମରେ କିଏ ଆକାଉଣ୍ଟ ଖୋଲିଛି, ସେଥିପାଇଁ ତାଙ୍କ ଅଫିସରେ କିଏ ନିଷ୍ପତ୍ତି ନେଇଛି, କିଏ ଏ ଆକାଉଣ୍ଟ ପରିଚାଳନା କରୁଛି, ସେ ବାବଦରେ କେତେ ଖର୍ଚ୍ଚ ହେଉଛି, ଏସବୁ ନେଇ ଫାଇଲ୍‌ ନିଷ୍ପତ୍ତି ହୋଇଛି କି – ଏମିତି ଅନେକ ପ୍ରଶ୍ନ ସଂପର୍କରେ […]

cm

cm

Debendra Prusty
  • Published: Wednesday, 25 November 2020
  • Updated: 25 November 2020, 02:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ୨୫.୧୧ : ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସବୁକ୍‌ ଆକାଉଣ୍ଟ ଜାଲ୍‌। କାରଣ ଏ ବିଷୟରେ ତାଙ୍କ ଅଫିସରେ କୌଣସି ରେକର୍ଡ଼ ନାହିଁ। ଏ ଦୁଇଟି ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ନାମରେ କିଏ ଆକାଉଣ୍ଟ ଖୋଲିଛି, ସେଥିପାଇଁ ତାଙ୍କ ଅଫିସରେ କିଏ ନିଷ୍ପତ୍ତି ନେଇଛି, କିଏ ଏ ଆକାଉଣ୍ଟ ପରିଚାଳନା କରୁଛି, ସେ ବାବଦରେ କେତେ ଖର୍ଚ୍ଚ ହେଉଛି, ଏସବୁ ନେଇ ଫାଇଲ୍‌ ନିଷ୍ପତ୍ତି ହୋଇଛି କି – ଏମିତି ଅନେକ ପ୍ରଶ୍ନ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ କିଛି ଜାଣିନାହିଁ। ସୂଚନା ଅଧିକାର ଆଇନ ବଳରେ ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାସନାଲର ବିଶ୍ୱଜିତ ମହାନ୍ତିଙ୍କୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯେଉଁ ତଥ୍ୟ ପ୍ରଦାନ କରିଛି ସେଥିରୁ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନାଁରେ ଟୁଇଟର ଓ ଫେସ୍‌ବୁକ୍‌ରେ ଖୋଲିଥିବା ଦୁଇଟି ଆକାଉଣ୍ଟ ଜାଲ୍‌। ତେଣୁ ଏପରି ଦୁଇଟି ଆକାଉଣ୍ଟରେ ଯେଉଁ ସବୁ ତଥ୍ୟ, ନିଷ୍ପତ୍ତି ଓ ଘୋଷଣା ଆଦି ଶେୟାର କରାଯାଉଛି ତାହାକୁ ବିଶ୍ୱାସ କରିବା କେତେ ଯଥାର୍ଥ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ କେହି ଏପରି ଆକାଉଣ୍ଟରେ ସରକାରୀ ତଥ୍ୟ ଶେୟାର କରୁଥାନ୍ତି ତେବେ ତାହା ବଡ଼ ଧରଣର ଜାଲଆତି ବ୍ୟତୀତ ଅନ୍ୟ କିଛି ନୁହେଁ। ଏପରି କାରବାର ରାଜ୍ୟ ସ୍ୱାର୍ଥ ପ୍ରତି ବିପଜ୍ଜନକ ମଧ୍ୟ।

ରାଜ୍ୟର ଜଣାଶୁଣା ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ ତଥା ସୂଚନା ଅଧିକାର କର୍ମୀ ବିଶ୍ୱଜିତ ମହାନ୍ତି ୨୦୨୦ ଅକ୍ଟୋବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଟୁଇଟର ଓ ଫେସ୍‌ବୁକ୍‌ ଆକାଉଣ୍ଟ ନେଇ କେତେକ ପ୍ରଶ୍ନ କରିଥିଲେ। ପ୍ରଶ୍ନଗୁଡ଼ିକ ହେଲା- ୧. ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବାକୁ ଯେଉଁ ଫାଇଲ୍‌ରେ ନିଷ୍ପତ୍ତି ନିଆଯାଇଛି ଦୟାକରି ତାହାର ନମ୍ବର, ବିଷୟ ଏବଂ ଫାଇଲ୍‌ ନୋଟ୍‌ର ଫଟୋ କପି ଦିଅନ୍ତୁ, ୨. ଦୟାକରି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବାର ସରକାରୀ ନିର୍ଦ୍ଦେଶର ଫଟୋକପି ଦିଅନ୍ତୁ, ୩. ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସ୍‌ବୁକ୍‌ ଆକାଉଣ୍ଟରେ ଯାହା ସବୁ ପୋଷ୍ଟ ହେଉଛି ବା ଲେଖାଯାଉଛି, ଯେଉଁସବୁ ଉତ୍ତର ଦିଆଯାଉଛି ତାହା ତାଙ୍କ ଦପ୍ତରର କେଉଁ ଅଧିକୃତ କର୍ମଚାରୀ ବା କୌଣସି ବାହାର ବ୍ୟକ୍ତି କରୁଛନ୍ତି ତାଙ୍କ ନାମ ଓ ପଦବୀ ଜଣାନ୍ତୁ ଏବଂ ୪. ଯଦି କୌଣସି ତୃତୀୟ ପକ୍ଷଙ୍କୁ ଏହି କାମ କରିବାର କ୍ଷମତା ଓ ଅଧିକାର ପ୍ରଦାନ କରାଯାଇଥାଏ ତେବେ ତାଙ୍କୁ ସେଥିପାଇଁ କେତେ ପାଉଣା ଦିଆଯାଉଛି ସେ ସଂପର୍କୀତ ସଦ୍ୟତମ ବିଲ୍‌ର ନକଲ ପ୍ରଦାନ କରନ୍ତୁ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତ ଥିବା ସାଧାରଣ ସୂଚନା ଅଧିକାରୀ ବା ପିଆଇଓ ଏସବୁ ପ୍ରଶ୍ନ ସଂକ୍ରାନ୍ତରେ ଯେଉଁ ଉତ୍ତର ବା ତଥ୍ୟ ପ୍ରଦାନ କରିଛନ୍ତି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଫିସ ନାମରେ ଟୁଇଟର ଓ ଫେସ୍‌ବୁକ୍‌ରେ ଯେଉଁ ଆକାଉଣ୍ଟ ବା ପେଜ୍‌ ଖୋଲିଛି ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବିଧିବଦ୍ଧ ଭାବେ ଅବହିତ ନୁହେଁ। ନବୀନ ପଟ୍ଟନାୟକଙ୍କ ସରକାର ୫-ଟି ନୀତିରେ ଚାଲିଛି ବୋଲି ପ୍ରଚାର କରାଯାଉଛି। ୫-ଟି କହିଲେ ଟ୍ରାନ୍ସପ୍ୟାରେନ୍ସି(ସ୍ୱଚ୍ଛତା), ଟାଇମ୍‌(ସମୟ), ଟିମ୍‌ୱାର୍କ(ଏକ୍‌ଜୁଟ ହୋଇ କାମ), ଟେକ୍ନୋଲୋଜି(ପ୍ରଯୁକ୍ତି) ଏବଂ ଟ୍ରାନ୍ସଫର୍ମେସନ(ପରିବର୍ତ୍ତନ/ରୂପାନ୍ତରଣ)। ଏ ଦାୟିତ୍ୱରେ ଅଛନ୍ତି ପୁଣି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ତାଙ୍କ ଶାସନର ସବୁଠୁଁ ଶକ୍ତିଶାଳୀ ଅଧିକାରୀ କୁହାଯାଉଥିବା ଭି. କେ. ପାଣ୍ଡିଆନ। ଅଥଚ ସୋସାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଆକାଉଣ୍ଟ ଖୋଲିବା ନେଇ ତାଙ୍କ ଦପ୍ତରରେ କୌଣସି ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ, ତାଙ୍କ ଦପ୍ତରର କୌଣସି ଅଧିକାରୀ ଟିମ୍‌ ମେମ୍ବର ହିସାବରେ ଏ ଦାୟିତ୍ୱରେ ନାହାନ୍ତି, ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଉଛି ଓ ତାହା କିଏ ଦେଉଛି ସେ ସଂପର୍କରେ କୌଣସି ରେକର୍ଡ଼ ନାହିଁ। ଅଥଚ ନିୟମିତ ଭାବେ ଏ ଦୁଇ ଆକାଉଣ୍ଟରେ ଓଡ଼ିଶା ଶାସନର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଶେୟାର କରାଯାଏ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପିଆଇଓ ଦେଇଥିବା ଉତ୍ତର ହେଉଛି, ଆପଣ ପଚାରିଥିବା ୧ ଓ ୨ ନମ୍ବର ପ୍ରଶ୍ନ ନେଇ ଏଠାରେ କୌଣସି ତଥ୍ୟ ନାହିଁ, ୩ ନମ୍ବର ପ୍ରଶ୍ନର ଉତ୍ତର ହେଉଛି ଏହି ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଓ ଫେସବୁକ୍‌ ଆକାଉଣ୍ଟ ପରିଚାଳିତ ହୁଏ ନାହିଁ ଏବଂ ୪ ନମ୍ବର ପ୍ରଶ୍ନର ଉତ୍ତର ହେଉଛି ଉପର ଉତ୍ତର ଆଧାରରେ ଏଠାରେ ପାଉଣା ନେଇ କୌଣସି ତଥ୍ୟ ନାହିଁ।

ଏବେ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ଏପରି ଆକାଉଣ୍ଟ ବର୍ଷ ବର୍ଷ ଧରି ଚାଲିଛି କି? ଟୁଇଟର ହାଣ୍ଡେଲ ଓ ଫେସ୍‌ବୁକ୍‌ ପେଜ୍‌ରେ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ସରକାରଙ୍କ ଘୋଷଣା, ନିଷ୍ପତ୍ତି ଆଦି ସଂପର୍କରେ ଯାହା ପ୍ରକାଶ ପାଉଛି ତାହା କେତେ ବିଶ୍ୱାସଯୋଗ୍ୟ? କୌଣସି ଅଜଣା ବ୍ୟକ୍ତି ବା ଅନୁଷ୍ଠାନ ଯଦି ଏପରି କରିଚାଲିଛନ୍ତି ତେବେ ତାହା ଏକ ବଡ଼ ଧରଣର ସାଇବର ଅପରାଧ ନୁହେଁ କି? ଏଭଳି ଅପରାଧୀମାନେ କିଭଳି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବା ତାଙ୍କ ନଜର/ସନ୍ଦେହ ବାହାରେ ରହିଯାଇଛନ୍ତି? ତାଙ୍କ ଦପ୍ତରରେ ଜଣେ ଆଇପିଏସ ଅଧିକାର ମୁତୟନ ରହିଛନ୍ତି। ସେ ବି କିଭଳି ନିଜର ଗୁଇନ୍ଦା ବୁଦ୍ଧି ପ୍ରୟୋଗ କରି ଏହା ଜାଣିପାରିଲେ ନାହିଁ? ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାଲ୍‌ ଲୋକ ବା ଲୋକମାନେ ସରକାରୀ ତଥ୍ୟ ପ୍ରକାଶ କରିବା କେତେ ଦୂର ଯୁକ୍ତିଯୁକ୍ତ? ଏହା ସରକାରୀ ଗୋପନୀୟତା ଆଇନର ଉଲ୍ଲଙ୍ଘନ ନୁହେଁ କି? ଏଭଳି ଆକାଉଣ୍ଟକୁ ଯେଉଁମାନେ ଅନୁସରଣ କରୁଛନ୍ତି ସେମାନେ ଜଣେ ଠକ ହାବୁଡ଼ରେ ପଡ଼ିଛନ୍ତି କି?

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫେସ୍‌ବୁକ୍‌ରେ ସିଏମଓ.ଓଡ଼ିଶା (CMO.Odisha) ନାମରେ ଏକ ପେଜ୍‌ ଅଛି। ଏହି ଆକାଉଣ୍ଟକୁ ୧,୭୬,୬୮୦ ଜଣ ଲୋକ ଅନୁସରଣ କରୁଛନ୍ତି। ସେହିପରି ଟୁଇଟରରେ @CMO_Odisha ନାମରେ ଏକ ହାଣ୍ଡେଲ ରହିଛି। ଏହାକୁ ୭,୫୯,୯୦୦ ଲୋକ ଅନୁସରଣ କରୁଛନ୍ତି। ସୂଚନା ଅଧିକାରୀ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପ୍ରଦାନ କରିଥିବା ଉତ୍ତର ଯଦି ସତ୍ୟ ହୋଇଥାଏ ତେବେ ଏହି ସମସ୍ତ ଲୋକ ଏକ ଜାଲ୍‌ ମୁଖ୍ୟମନ୍ତ୍ରୀଙ୍କୁ ଅନୁସରଣ କରୁ ନାହାନ୍ତି କି? ଯଦି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଖୋଲିଥିବା ସୋସାଲ ମିଡିଆ ଆକାଉଣ୍ଟ ଜାଲ୍‌ ତେବେ ସେ ସଂପର୍କରେ ତାଙ୍କ ଦପ୍ତରର ଅଧିକାରୀମାନେ ଏଯାଏଁ କିପରି ଜାଣିନାହାନ୍ତି? ଯଦି ଜାଣିଛନ୍ତି ତେବେ ସେନେଇ ସେମାନେ ଥାନାରେ ଏତଲା ନଦେଇ ବା ପୁଲିସ ତଦନ୍ତ ଆରମ୍ଭ ନକରି ଚୁପ୍‌ ବସିଛନ୍ତି କାହିଁକି ? ମୁଖ୍ୟମନ୍ତ୍ରୀଙ୍କୁ ଜାଲିଆତ ବନେଇଥିବା ଅପରାଧକୁ ଘଣ୍ଟ ଘୋଡ଼ାଇବା ପଛରେ କାହାର କି ଉଦ୍ଦେଶ୍ୟ ରହିଛି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story