କଥା ବାଆଁରୋଉଛନ୍ତି ସରକାର: ୨ ପ୍ରଶାସନିକ ମୁଖିଆ କହିଲେ ରାଷ୍ଟ୍ରପତି ଭବନରୁ ଆସିନି ଚିଠି, ଏଣେ ଥାନାରେ ଏତଲା ଦେଲେ ସେବାୟତ

ପୁରୀ/ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗରେ କଥା ବାଆଁରୋଉଛନ୍ତି ରାଜ୍ୟ ସରକାର। ଘଟଣାକୁ ଟାଳି ଦେବାକୁ ଆରମ୍ଭ ହୋଇଛି ଉଦ୍ୟମ। ରାଷ୍ଟ୍ରପତି ଭବନରୁ କୌଣସୀ ଚିଠି ଆସି ନ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ମୁଖ୍ୟ ଶାସନ ସଚିବ କହିବା ପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀଙ୍କ ବିବୃତି ଗୁମର ଖୋଲିଛି । ସାର୍ଥକ କହିଛନ୍ତି, “ଦର୍ଶନ ସମୟରେ କିଛି ସେବାୟତ ଇନର୍ କଡନ୍ […]

chithi

chithi

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 09:05 PM IST

Sports

Latest News

ପୁରୀ/ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗରେ କଥା ବାଆଁରୋଉଛନ୍ତି ରାଜ୍ୟ ସରକାର। ଘଟଣାକୁ ଟାଳି ଦେବାକୁ ଆରମ୍ଭ ହୋଇଛି ଉଦ୍ୟମ। ରାଷ୍ଟ୍ରପତି ଭବନରୁ କୌଣସୀ ଚିଠି ଆସି ନ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ମୁଖ୍ୟ ଶାସନ ସଚିବ କହିବା ପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀଙ୍କ ବିବୃତି ଗୁମର ଖୋଲିଛି ।

ସାର୍ଥକ କହିଛନ୍ତି, “ଦର୍ଶନ ସମୟରେ କିଛି ସେବାୟତ ଇନର୍ କଡନ୍ ଭାଙ୍ଗି ରାଷ୍ଟ୍ରପତିଙ୍କୁ ନିକଟକୁ ଯାଇଥିଲେ। ଏନେଇ ଶ୍ରୀ ମନ୍ଦିର ପ୍ରଶାସନକୁ ରିପୋର୍ଟ ଦିଆଯାଇଛି।” ସେପଟେ ସେମାନଙ୍କୁ ବଦନାମ୍ କରିବା ଉଦ୍ୟମ ହେଉଥିବା ଅଭିଯୋଗ ଆଣି ଜିଲ୍ଲାପାଳ ଓ ପୂର୍ବତନ ପ୍ରଶାସକ ବିରୋଧରେ ଥାନାରେ ଏତାଲା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର।

ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଶ୍ରୀମନ୍ଦିରର ଅସମ୍ମାନ ପ୍ରସଙ୍ଗରେ ରିପୋର୍ଟ ତଲବ କରାଯାଇଥିବା ବେଳେ ଗତ ପରିଚାଳନା କମିଟି ବୈଠକ ବିବରଣୀରେ ଏହି କଥା ଉଠିଥିଲା। ହେଲେ ଏହି ପ୍ରସଙ୍ଗକୁ ନେଇ ବିବାଦ ବଢିବା ପରେ ଅସମ୍ମାନ ନେଇ ରାଷ୍ଟ୍ରପତି ଭବନରୁ କୌଣସୀ ଚିଠି ଆସିନାହିଁ ବୋଲି  କହିଛନ୍ତି ଶ୍ରୀ ମନ୍ଦିର  ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ। ପ୍ରସଙ୍ଗକୁ ଗୌଣ କରିବା ଲାଗି ଏଭଳି ମନ୍ତବ୍ୟ ଦିଆଯାଇଛି କି ବୋଲି ଏବେ  ପ୍ରଶ୍ନ ଉଠିଛି। ରାଷ୍ଟ୍ରପତିଙ୍କ ଅଫିସରୁ ଚିଠି ଆସି ନ ଥିଲେ ବି  ଅସମ୍ମାନ କଥାରେ ସତ୍ୟତା ରହିଛି । ତେଣୁ ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା। ତେବେ କାହା ଚାପରେ ସରକାର କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ। ଆଗକୁ ରଥଯାତ୍ରା ଥିବାରୁ ସେବାୟତଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତି କି ସରକାର? ଏମିତି ଚର୍ଚ୍ଚା ଭିତରେ ଜିଲ୍ଲାପାଳ ଓ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ସେବାୟତ। ସେମାନଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଥିବା ଦର୍ଶାଇ ଅଭିଯୋଗ ପତ୍ର ଥାନାରେ ଦେଇଛନ୍ତି ଦାମୋଦର ମହାସୁଆର।

ସେପଟେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ  ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ ସେବାୟତଙ୍କ ସପକ୍ଷରେ ବାହାରି ଥିବା ବେଳେ ବିନା କାରଣରେ ସେବାୟତ ଓ ଓଡିଶାକୁ ବଦନାମ୍ କରିବାକୁ ପ୍ରଶାସନ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଭବନକୁ ବିବାଦ ଘେରକୁ ଟାଣିଥିବାରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି । ସେପଟେ  ଘଟଣାର ରାଜନୀତିକରଣ କରାଯିବା ସହ ସରକାରଙ୍କ ବିରୋଧରେ ଚକ୍ରାନ୍ତ କରାଯାଉଥିବା ବିଜେଡି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos