‘ବାଞ୍ଝ ହେବା ଭଲ... କେବେ କଷ୍ଟ ପାଇ ପିଲା ଜନ୍ମ କରନା...’

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): “ବାଞ୍ଝ ହେବା ଭଲ। କେବେ କଷ୍ଟ ପାଇ ପିଲା ଜନ୍ମ କରନା। ଠାକୁର ମୋତେ କାହିଁକି ବାଞ୍ଝ କଲନି?” ଇଏ ପଶ୍ଚାତାପ ହେଉଛି ଜଣେ ମାଆର। ଯେଉଁ ମାଆ ମେଡିକାଲ୍‌ ବାରଣ୍ଡାରେ ପଡ଼ିଥିବା ସ୍ୱାମୀଙ୍କ ମୃତଦେହ ସଂସ୍କାର କରିବା ପାଇଁ ପୁଅ ଓ ଝିଅଙ୍କୁ ଅନୁରୋଧ କରି ଥକି ପଡ଼ିଥିଲା। ପୁଅ-ଝିଅ ନଆସିବାରୁ ସାହି ଭାଇ ମୃତଦେହ ସଂସ୍କାର କରିଛନ୍ତି। ଏପରି ହୃଦୟବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ରାଜନଗର ଅଞ୍ଚଳର […]

kendrapara

kendrapara

Manoranjan Sial
  • Published: Saturday, 27 August 2022
  • Updated: 27 August 2022, 06:03 PM IST

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): “ବାଞ୍ଝ ହେବା ଭଲ। କେବେ କଷ୍ଟ ପାଇ ପିଲା ଜନ୍ମ କରନା। ଠାକୁର ମୋତେ କାହିଁକି ବାଞ୍ଝ କଲନି?” ଇଏ ପଶ୍ଚାତାପ ହେଉଛି ଜଣେ ମାଆର। ଯେଉଁ ମାଆ ମେଡିକାଲ୍‌ ବାରଣ୍ଡାରେ ପଡ଼ିଥିବା ସ୍ୱାମୀଙ୍କ ମୃତଦେହ ସଂସ୍କାର କରିବା ପାଇଁ ପୁଅ ଓ ଝିଅଙ୍କୁ ଅନୁରୋଧ କରି ଥକି ପଡ଼ିଥିଲା। ପୁଅ-ଝିଅ ନଆସିବାରୁ ସାହି ଭାଇ ମୃତଦେହ ସଂସ୍କାର କରିଛନ୍ତି। ଏପରି ହୃଦୟବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ।

ରାଜନଗର ଅଞ୍ଚଳର ବିଘ୍ନେଶ୍ୱର ବାହାଦୂର। ବିଦ୍ୟୁତ ବିଭାଗରେ ଚାକିରି କରୁଥିଲେ। ଚାକିରିରୁ ମିଳୁଥିବା ଦରମାରେ ଚଳୁଥିଲା ପୂରା ପରିବାର। ବିଘ୍ନେଶ୍ୱରଙ୍କ ପରିବାର କହିଲେ ପତ୍ନୀ ଭଗବତୀ, ଦୁଇ ଝିଅ ଓ ଗୋଟିଏ ପୁଅ। ନିଜର ସ୍ୱଳ୍ପ ଦରମାରେ ବିଘ୍ନେଶ୍ୱର ସବୁ ପିଲାଙ୍କୁ ପାଠ ପଢ଼ାଇ ଥିଲେ। ସେମାନଙ୍କ ସୁଖଦୁଃଖରେ ବାପା ହିସାବରେ ଛିଡ଼ା ହୋଇଥିଲେ। ବଡ଼ ହେବା ପରେ ଦୁଇ ଝିଅଙ୍କ ବାହାଘର କରାଇ ଥିଲେ। ଏକମାତ୍ର ପୁଅ ପେସାରେ ଇଞ୍ଜିନିୟର। ସେ ପ୍ରେମ ବିବାହ କରିଛନ୍ତି। ବାହାଘର ପରେ ପତ୍ନୀଙ୍କ ସହ ଭୁବନେଶ୍ୱରରେ ରହୁଛନ୍ତି।

ବୟସ ଗଡ଼ିବା ସହିତ ବାର୍ଦ୍ଧକ୍ୟରେ ପଦାର୍ପଣ କଲେ ବିଘ୍ନେଶ୍ୱର ଓ ଭଗବତୀ। ଦୁଇ ଝିଅ ବାହା ହେବା ପରେ ଶାଶୁଘରେ ରହୁଥିବା ବେଳେ ରାଜଧାନୀରେ ପରିବାର ଓ ଚାକିରିରେ ବ୍ୟସ୍ତ ଅଛନ୍ତି ପୁଅ। ଏମାନେ କେବେ ହେଲେ ବାପା-ମାଆଙ୍କୁ ଖୋଜି ନ ଥିବା ଅଭିଯୋଗ ହୋଇଛି। ନିଜର ପେନ୍‌ସନ୍‌ ଟଙ୍କାରେ ଚଳୁଥିଲେ ବିଘ୍ନେଶ୍ୱର ଓ ଭଗବତୀ। ଦିନେ ହଠାତ୍‌ ପୁଅ ଘରେ ପହଞ୍ଚି ଥିଲେ। ନିଜ ଚାଲ୍‌ରେ ବାପା-ମାଆଙ୍କୁ ଫସାଇ ଦେଇଥିଲେ। ରାଜନଗରରେ ଥିବା ପୈତୃକ ଘର ବିକି ଭୁବନେଶ୍ୱରରେ ଘର କରିବାକୁ କହିଥିଲେ।

ପୁଅର କଥାରେ ବାପା ବିଘ୍ନେଶ୍ୱର ଓ ମାଆ ଭଗବତୀ ରାଜି ହୋଇଯାଇଥିଲେ। ଘର ବିକି ସବୁ ଟଙ୍କା ପୁଅକୁ ଦେଇଦେଲେ। ପୁଅ ସବୁ ଟଙ୍କା ଧରି ଭୁବନେଶ୍ୱର ପଳାଇ ଆସିଲେ। ଆଉ ଏଠାରେ ଘର ତିଆରି କରି ନିଜର ଛୋଟ ପରିବାର ସହ ରହିଥିଲେ। ହେଲେ ଭୁଲିଗଲେ ବୃଦ୍ଧ ବାପା-ମାଆଙ୍କ କଥା। ସେମାନଙ୍କୁ ଭୁବନେଶ୍ୱର ଆଣିଲେ ନାହିଁ। ବାସ ହରାଇ ବିଘ୍ନେଶ୍ୱର ଓ ମାଆ ଭଗବତୀ ପଟ୍ଟାମୁଣ୍ଡାଇ ବକ୍ତରପୁରରେ ଘର ଭଡ଼ା ନେଇ ରହୁଥିଲେ। ନିଜର ଅବସରକାଳୀନ ଭତ୍ତା ଟଙ୍କାରେ ଚଳୁଥିଲେ।

ଶୁକ୍ରବାର ରାତିରେ ଅସୁସ୍ଥ ଅନୁଭବ କଲେ ବିଘ୍ନେଶ୍ୱର। ସ୍ୱାମୀଙ୍କ ଅବସ୍ଥା ଦେଖି ବିଚଳିତ ହୋଇ ପଡ଼ିଲେ ଧର୍ମପତ୍ନୀ ଭଗବତୀ। ପୁଅ ଓ ଝିଅଙ୍କ ପାଖକୁ ଫୋନ୍‌ କରିଥିଲେ। ମାତ୍ର କେହି ସହଯୋଗ କଲେନାହିଁ। ଶେଷରେ ପଡ଼ୋଶୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ରାତି ପ୍ରାୟ ୧୦ଟା ବେଳେ ବିଘ୍ନେଶ୍ୱରଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଏହା ପରେ ହତବାକ୍‌ ହୋଇପଡ଼ିଲେ ଭଗବତୀ। ବାପାଙ୍କ ମୃତଦେହ ସଂସ୍କାର କରିବା ପାଇଁ ସଙ୍ଗେ ସଙ୍ଗେ ଭୁବନେଶ୍ୱରରେ ରହୁଥିବା ପୁଅ ପାଖକୁ ଫୋନ୍‌ କରିଥିଲେ। ହେଲେ ସେ ଆସିବାକୁ ମନା କରିଥିଲେ। ମୋର କେହି ବାପା-ମାଆ ନାହାନ୍ତି ବୋଲି ପୁଅ କହିଥିବା ଭଗବତୀ ଅଭିଯୋଗ କରିଛନ୍ତି।

ଦୁଇ ଝିଅ ମଧ୍ୟ ରାତିରେ ମେଡିକାଲ୍‌ ଆସିଲେ ନାହିଁ। ଯାହାଫଳରେ ଶୁକ୍ରବାର ରାତି ୧୦ଟାରୁ ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମେଡିକାଲ୍‌ରେ ପଡ଼ିଲା ବିଘ୍ନେଶ୍ୱରଙ୍କ ମୃତଦେହ। ପାଖରେ ବସି ଆକୁ ତାକୁ ନେହୁରା ହୋଇଥିଲେ ପତ୍ନୀ ଭଗବତୀ। ବିଳମ୍ୱରେ ହେଲେ ମଧ୍ୟ ସାନ ଝିଅ ମେଡିକାଲ୍‌ରେ ପହଞ୍ଚିଥିଲେ। ମୃତଦେହ ନେଇଯିବା ପାଇଁ ମେଡିକାଲ୍‌ କର୍ତ୍ତୃପକ୍ଷ ନିବେଦନ କରିଥିଲେ। ହେଲେ ସେ ବାପାଙ୍କ ମୃତଦେହ ନେବା ତ ଦୂରର କଥା,  ଦେଖିବାକୁ ଗଲେ ନାହିଁ।

ଶେଷରେ ସହାୟତାର ହାତ ବଢ଼ାଇଲେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା। ସେମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଖରୀପଡ଼ା ଶ୍ମଶାନରେ ମୃତଦେହ ସଂସ୍କାର କରିଛନ୍ତି। ଡମ୍ୱରୁଧର ରାଉତ ନାମକ ଜଣେ ସମାଜସେବୀ ମୁଖାଗ୍ନି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story