୨ ଲକ୍ଷ ପିଲାଙ୍କ ପାଇଁ ପରୀକ୍ଷା କରିବା ସମ୍ଭବ ନୁହେଁ: କେନ୍ଦ୍ରକୁ ଜଣାଇଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଶେଷ ବର୍ଷ ପରୀକ୍ଷା ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା କରିବା ନିମନ୍ତେ ୟୁଜିସି ପକ୍ଷରୁ ଜାରି ହୋଇଥିବା ସଂଶୋଧିତ ଗାଇଡଲାଇନକୁ ଓଡ଼ିଶା ବିରୋଧ କରିଛି। ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୨ଲକ୍ଷ ଛାତ୍ରଛାତ୍ରୀଙ୍କର କ୍ଲାସରୁମ୍ ପରୀକ୍ଷା କିମ୍ବା ଅନଲାଇନ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ଓଡ଼ିଶା କହିଛି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି କେନ୍ଦ୍ର ମାନବ ସମ୍ବଳବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ […]

NEET EXAM

Manoranjan Sial
  • Published: Thursday, 09 July 2020
  • , Updated: 09 July 2020, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଶେଷ ବର୍ଷ ପରୀକ୍ଷା ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା କରିବା ନିମନ୍ତେ ୟୁଜିସି ପକ୍ଷରୁ ଜାରି ହୋଇଥିବା ସଂଶୋଧିତ ଗାଇଡଲାଇନକୁ ଓଡ଼ିଶା ବିରୋଧ କରିଛି। ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୨ଲକ୍ଷ ଛାତ୍ରଛାତ୍ରୀଙ୍କର କ୍ଲାସରୁମ୍ ପରୀକ୍ଷା କିମ୍ବା ଅନଲାଇନ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ଓଡ଼ିଶା କହିଛି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି କେନ୍ଦ୍ର ମାନବ ସମ୍ବଳବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଗତ ଜୁଲାଇ ୬ତାରିଖରେ ୟୁଜିସି ପକ୍ଷରୁ ଜାରି ହୋଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକା ଓ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶନାମାରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ସାରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି। ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଓଡ଼ିଶା ଦାବି କରିବା ସହ ୟୁଜିସି ପକ୍ଷରୁ ଜାରି ହୋଇଥିବା ସଂଶୋଧିତ ମାର୍ଗଦର୍ଶିକା ପୂର୍ବରୁ ଏପ୍ରିଲ ୨୯ତାରିଖରେ ଜାରି ମାର୍ଗଦର୍ଶିକାର ବିରୁଦ୍ଧାଚରଣ କରୁଛି। କୋଭିଡ୍‌-୧୯ ସ୍ଥିତିକୁ ଅନୁଧ୍ୟାନ କରି ବିଶ୍ୱବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଥିଲା। ସେହି ଆଧାରରେ ରାଜ୍ୟ ସରକାର ସମସ୍ତ କୁଳପତିମାନଙ୍କ ସହ ବୈଠକ କରି ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଛାତ୍ରଛାତ୍ରୀମାନେ ପୂର୍ବ ସେମିଷ୍ଟାର ପରୀକ୍ଷାଗୁଡ଼ିକରେ ପାଇଥିବା ମାର୍କ ଆଧାରରେ ଶେଷ ବର୍ଷ ଫଳ ପ୍ରକାଶ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହାବ୍ୟତୀତ ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀମାନଙ୍କର କ୍ଲାସରୁମ୍ ପରୀକ୍ଷା କିମ୍ବା ଅନଲାଇନ୍ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ସାହୁ ତାଙ୍କ ଚିଠିରେ ଉଲ୍ଲେଖ କରିବା ସହ ୟୁଜିସିର ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ସହ ରାଜ୍ୟ ସରକାର ନେଇଥିବା ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିକୁ ଲାଗୁ କରିବାକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Related story