‘ତୃତୀୟ ଲହରର ପ୍ରଭାବ କ’ଣ ରହିବ ଏବେଠୁ କହିହେବନି , ଭୂତାଣୁର ମ୍ୟୁଟେସନ ହେଉଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ । ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣକୁ ପ୍ରଭାବି ଭାବରେ କରିବା ପାଇଁ ସର୍ଭିଲାନ୍ସ ଜାରି ରହିବ । ତଥାପି କରୋନା କଟକଣା ପାଳନରେ ଢିଲା ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।  ସମସ୍ତଙ୍କୁ ଅପିଲ କରାଯାଇଛି । ଟିକାକରଣ ପାଇଁ ଭୁତାଣୁକୁ ଦୂରେଇବା ପାଇଁ ସମସ୍ତେ ଟିକା ନେବା ଦରକାର । ତୃତୀୟ ଲହରର ପ୍ରଭାବ […]

covid-19

Tapas Behera
  • Published: Tuesday, 22 June 2021
  • , Updated: 22 June 2021, 12:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ । ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣକୁ ପ୍ରଭାବି ଭାବରେ କରିବା ପାଇଁ ସର୍ଭିଲାନ୍ସ ଜାରି ରହିବ । ତଥାପି କରୋନା କଟକଣା ପାଳନରେ ଢିଲା ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।  ସମସ୍ତଙ୍କୁ ଅପିଲ କରାଯାଇଛି ।

ଟିକାକରଣ ପାଇଁ ଭୁତାଣୁକୁ ଦୂରେଇବା ପାଇଁ ସମସ୍ତେ ଟିକା ନେବା ଦରକାର । ତୃତୀୟ ଲହରର ପ୍ରଭାବ କଣ ରହିବ ଏବେଠୁ କହିହେବନି । ଭୂତାଣୁର ମ୍ୟୁଟେସନ ହେଉଛି ତେଣୁ ତା ପାଇଁ ଆଶଙ୍କା ରହୁଛି । ଦ୍ୱିତୀୟ ଲହରରେ ଯେମିତି ଅସୁବିଧାରେ ପଡିଲେ ତତୀୟ ଲହରରେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପ଼ଡିପାରେ।  ତେବେ ଆମେ ସମସ୍ତେ ମିଳିମିଶି କାମକଲେ ଏହାର କିଛି ପ୍ରଭାବ ପଡ଼ିବନି ।

ମହାମାରୀ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ର୍ନିଦ୍ଦିଷ୍ଟ ଭାବରେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ ହେଉନାହିଁ । ଯେଉଁ ବୟସର ଲୋକ ଟିକା ନେଇନାହାନ୍ତି ସେମାନେ ସଂକ୍ରମିତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ମଧ୍ୟ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି।  ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଏବେ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍ ଟିକାକରଣ ହୋଇସାରିଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜିଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନିଠାରୁ ଟିକା କିଣି ଦେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Related story