ନିରଞ୍ଜନ ଯୁଆଡ଼େ ଯିବେ ଅଣ୍ଡାମାଡ଼ ହେବ: ଇତୀଶ ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ନିରଞ୍ଜନଙ୍କ ନିଦ ହଜିଗଲାଣି। ତାଙ୍କୁ ବିରୋଧ କରାଯିବ ଓ ସେ ଯୁଆଡ଼େ ଯିବେ ଅଣ୍ଡାମାଡ଼ କରାଯିବ।’ ଗତକାଲି ଛାତ୍ର କଂଗ୍ରେସ୍‌ରୁ ସସ୍‌ପେଣ୍ଡ୍ ହେବା ପରେ ଇତୀଶ ପ୍ରଧାନ ଆଜି ପୁଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଏମିତି ବିଷ ଓଗାଳିଛନ୍ତି। ସେ କହିଛନ୍ତି, “ମୋତେ ବହିଷ୍କାର କରିବାର ଅଧିକାର କେବଳ ଏନ୍‌ଏସ୍‌ୟୁଆଇର ସଭାପତିଙ୍କର ରହିଛି। ସେହିଭଳି ଏନ୍‌ଏସ୍‌ୟୁଆଇର ସଭାପତି  କିମ୍ୱା ଇନ୍‌ଚାର୍ଜ କେବଳ ମୋତେ ସସ୍‌ପେଣ୍ଡ କରିପାରିବେ। ମୋ ନିଲମ୍ବନ ବିଷୟରେ ଏନ୍‌ଏସ୍‌ୟୁଆଇ […]

congress

Jyoshna Pradhan
  • Published: Monday, 16 September 2019
  • , Updated: 16 September 2019, 02:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ନିରଞ୍ଜନଙ୍କ ନିଦ ହଜିଗଲାଣି। ତାଙ୍କୁ ବିରୋଧ କରାଯିବ ଓ ସେ ଯୁଆଡ଼େ ଯିବେ ଅଣ୍ଡାମାଡ଼ କରାଯିବ।’ ଗତକାଲି ଛାତ୍ର କଂଗ୍ରେସ୍‌ରୁ ସସ୍‌ପେଣ୍ଡ୍ ହେବା ପରେ ଇତୀଶ ପ୍ରଧାନ ଆଜି ପୁଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଏମିତି ବିଷ ଓଗାଳିଛନ୍ତି।

ସେ କହିଛନ୍ତି, “ମୋତେ ବହିଷ୍କାର କରିବାର ଅଧିକାର କେବଳ ଏନ୍‌ଏସ୍‌ୟୁଆଇର ସଭାପତିଙ୍କର ରହିଛି। ସେହିଭଳି ଏନ୍‌ଏସ୍‌ୟୁଆଇର ସଭାପତି  କିମ୍ୱା ଇନ୍‌ଚାର୍ଜ କେବଳ ମୋତେ ସସ୍‌ପେଣ୍ଡ କରିପାରିବେ। ମୋ ନିଲମ୍ବନ ବିଷୟରେ ଏନ୍‌ଏସ୍‌ୟୁଆଇ ସଭାପତି ମଧ୍ୟ ଜାଣିନାହାନ୍ତି। ମୁଁ ସବୁବେଳେ ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ଲଢ଼େଇ କରିଛି। ଯେଉଁମାନେ କଂଗ୍ରେସକୁ ବିକ୍ରି କରୁଛନ୍ତି ଓ ଅନ୍ୟ ଦଳ ସହ  ହାତ ମିଶାଇ ଏଠାରେ ଦଳକୁ ନଷ୍ଟ କରିବାକୁ ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ସ୍ୱପ୍ନ ସାକାର ହେବନି। ନିରଞ୍ଜନଙ୍କ ନିଦ ହଜିଗଲାଣି। ତାଙ୍କୁ ବିରୋଧ କରାଯିବ। ଅଣ୍ଡାମାଡ଼ କରାଯିବ। ନିରଞ୍ଜନ ଯୁଆଡ଼େ ଯିବେ ଅଣ୍ଡାମାଡ଼ ହେବ।”

ଇତୀଶ କହିଛନ୍ତି, “ମୁଁ କଂଗ୍ରେସ ଦଳକୁ ବହୁତ ଭଲ ପାଏ। କଂଗ୍ରେସ ମୋ’ ପରିବାର। ମୁଁ କଂଗ୍ରେସ ବିରୋଧରେ କେବେ କିଛି କହି ନାହିଁ। ମୁଁ ବ୍ୟକ୍ତିବିଶେଷଙ୍କ ଉପରେ କହିଥିଲି। କଂଗ୍ରେସର ବିଚାରଧାରା ସହ ଜଡ଼ିତ ହୋଇ ମୁଁ ରାଜନୀତି କରୁଛି। ଆଗକୁ ମଧ୍ୟ କରିବି। ସମସ୍ତ କଂଗ୍ରେସ ଲୋକଙ୍କ ପ୍ରତି ମୋର ସମ୍ମାନ ରହିଛି।”

ସେ ଆହୁରି କହିଛନ୍ତି, “ନିର୍ବାଚନ ପୂର୍ବରୁ କଂଗ୍ରେସ ଭବନରେ ଭଙ୍ଗାରୁଜା କରାଇଥିବା ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଓଲଟା ସେମାନଙ୍କୁ ଟିକେଟ୍ ଦିଆଗଲା। ପୂର୍ବରୁ ଶରତ ରାଉତ ହୁଅନ୍ତୁ ବା କାହ୍ନୁ ଚରଣ ଲେଙ୍କା ହୁଅନ୍ତୁ ବହୁତ ନେତା ଅନେକ କଥା କହିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ  ନିଆଯାଇ ନାହିଁ। ମୁଁ ସବୁବେଳେ ଛାତ୍ର ସମାଜ ଓ ଓଡ଼ିଶାର ସ୍ୱାଭିମାନ ଉପରେ ଲଢ଼େଇ କରିଛି। ୨୩ରୁ ଅଧିକ ମାମଲା ଓ ୩ ଥର ମୁଁ ଜେଲ୍‌ ଯାଇଛି। କିନ୍ତୁ ମୋତେ ବିନା କାରଣ ଦର୍ଶାଅ ନୋଟିସ୍‌ରେ ନିଲମ୍ୱନ କରାଗଲା। ଏହି ନିଲମ୍ୱନକୁ ମୁଁ ଗ୍ରହଣ କରିପାରୁନି। ଛାତ୍ର କଂଗ୍ରେସରୁ ନିଲମ୍ୱନ କରାଯାଇଛି। ହେଲେ କଂଗ୍ରେସ ଦଳରୁ ନୁହେଁ। କଂଗ୍ରେସ ଦଳକୁ ମୁଁ ସବୁ ବେଳେ ସମ୍ମାନ ଦିଏ ଓ ଏହାକୁ ହୃଦୟରେ ରଖିଛି। ଆଜି ମଧ୍ୟ କହୁଛି ଯେ ବିଜେଡି ସହିତ ଯେଉଁମାନେ ଲିଙ୍କରେ ଅଛନ୍ତି ତାଙ୍କ ବିରୋଧରେ ସ୍ୱର ଉଠାଇଛି। ମୁଁ ଜମା ଭୟଭୀତ ନୁହେଁ। ମୁଁ ଏ ଲଢ଼େଇ ଜାରି ରଖିବି।”

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଇତୀଶ ପ୍ରଧାନ ସାମ୍ୱାଦିକ ସମ୍ମିଳନୀ କରି ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ୍ୟଂଦେହୀ ଡାକରା ଦେଇଥିଲେ। ସେ କହିଥିଲେ, “ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ। ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ। ଭାଇ ସୌମ୍ୟ ପଟ୍ଟନାୟକଙ୍କୁ ମଧ୍ୟସ୍ଥ କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି। ପୁଅ ମାଧ୍ୟମରେ ବେପାର କରୁଛନ୍ତିଏହାକୁ ସହ୍ୟ କରାଯିବନି।”

ଇତୀଶଙ୍କ ଏହି ଅଭିଯୋଗର କଡ଼ା ପ୍ରତିକ୍ରିୟା ଦେଇଥିଲେ ନିରଞ୍ଜନ। ସେ କହିଥିଲେ, “ଇତୀଶ ହତୋତ୍ସାହିତ ହୋଇ ପିଲାଳିଆମି କରୁଛନ୍ତି। ସେ ନିଜେ ଗୋଟିଏ ଜାଗାରୁ ଲଢ଼ିଥିଲେ। ସେଠାରୁ ତାଙ୍କୁ ଯେତିକି ଭୋଟ୍ ମିଳିଛିସେଥିପାଇଁ ସେ କାହାକୁ ଦୋଷ ଦେବେ?”

 

 

Related story