ଆଖିବୁଜିଲେ ଆଇଟିଆଇ ଛାତ୍ର

କଟକ (ଓଡ଼ିଶା ରିପୋର୍ଟର): ବିଷ ପିଇ କଟକ ଏସ୍‌ସିବିରେ  ଚିକିତ୍ସାଧୀନ ଥିବା ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜରେ ଇଲେକ୍ଟ୍ରି ବିଭାଗର ପ୍ରଥମ ବର୍ଷର ଛାତ୍ର ଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତ ୯ତାରିଖରେ କଲେଜରୁ ଫେରି ଆଶୁତୋଷ ବିଷ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ […]

scb

  • Published: Monday, 12 September 2022
  • , Updated: 12 September 2022, 01:30 PM IST

କଟକ (ଓଡ଼ିଶା ରିପୋର୍ଟର): ବିଷ ପିଇ କଟକ ଏସ୍‌ସିବିରେ  ଚିକିତ୍ସାଧୀନ ଥିବା ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜରେ ଇଲେକ୍ଟ୍ରି ବିଭାଗର ପ୍ରଥମ ବର୍ଷର ଛାତ୍ର ଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଗତ ୯ତାରିଖରେ କଲେଜରୁ ଫେରି ଆଶୁତୋଷ ବିଷ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କର ମୃତ୍ୟୁ ଘଟିଥିଲା। କଲେଜରେ ରାଗିଂ ଯୋଗୁ ଆଶୁତୋଷ ବିଷ ପିଇଥିବା ତାଙ୍କ ପରିବାର ଅଭିଯୋଗ କରିଥିଲେ।  ତେବେ ପରିବାରର ଅଭିଯୋଗ ଉପରେ କଲେଜ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

Related story