ଇତିଶ୍ରୀ ହତ୍ୟା ମାମଲା: ମେଡିକାଲରେ ୨ଜଣିଆ ସିବିଆଇ ଟିମର ତନାଘନା

ରାୟଗଡା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ବୁଧବାର ରାୟଗଡ଼ାର ମେଡିକାଲରେ ପହଞ୍ଚି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାଲସ କରିଛି ୨ଜଣିଆ ସିବିଆଇ ଟିମ। ବୁଧବାରଠାରୁ ଏହି ଟିମ ସପ୍ତମ ପର୍ଯ୍ୟାୟରେ ରାୟଗଡାରେ ପହଞ୍ଚି ତନାଘନା କରିଛି। ପୂର୍ବରୁ ୬ଟି ପର୍ଯ୍ୟାୟରେ ସିବିଆଇ ଏହି ମାମଲାରେ ଏ ଯାଏଁ ୧୨ ଜଣଙ୍କୁ ଜେରା କରି ସାରିଛି। ଆଗାମୀ ଦିନରେ ଆହୁରି ଅଧିକ ଲୋକଙ୍କୁ ଜେରା କରିବା ସମ୍ଭାବନା ରହିଛି। ଏଥିରେ ଇନସ୍ପେକ୍ଟର […]

cbi team in rayada for itishree

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 04:21 PM IST

ରାୟଗଡା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ବୁଧବାର ରାୟଗଡ଼ାର ମେଡିକାଲରେ ପହଞ୍ଚି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାଲସ କରିଛି ୨ଜଣିଆ ସିବିଆଇ ଟିମ। ବୁଧବାରଠାରୁ ଏହି ଟିମ ସପ୍ତମ ପର୍ଯ୍ୟାୟରେ ରାୟଗଡାରେ ପହଞ୍ଚି ତନାଘନା କରିଛି। ପୂର୍ବରୁ ୬ଟି ପର୍ଯ୍ୟାୟରେ ସିବିଆଇ ଏହି ମାମଲାରେ ଏ ଯାଏଁ ୧୨ ଜଣଙ୍କୁ ଜେରା କରି ସାରିଛି। ଆଗାମୀ ଦିନରେ ଆହୁରି ଅଧିକ ଲୋକଙ୍କୁ ଜେରା କରିବା ସମ୍ଭାବନା ରହିଛି। ଏଥିରେ ଇନସ୍ପେକ୍ଟର ଡି.ପି ମିତ୍ରୱାଲଙ୍କ ନେତୃତ୍ୱରେ ୨ ଜଣିଆ ଟିମ୍ ରୟଗଡାରେ ତଦନ୍ତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସିବିଆଇ ଇତିଶ୍ରୀ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶରେ ଅଗଷ୍ଟ ୪ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାପାଇଁ ନିର୍ଦ୍ଦେଶ ରହିଛି।

୨୦୧୩ ଅକ୍ଟୋବର ୨୮ ତାରିଖରେ ଗୁରୁତର ହୋଇ ଇତିଶ୍ରୀ ମେଡିକାଲରେ ଥିବାବେଳେ ସିବିଆଇ ଅଧିକାରୀମାନେ ସେଠାକୁ ଯାଉ ବହୁ ତଥ୍ୟ ହାସଲ କରିଥିଲେ।

Related story