ଇତିଶ୍ରୀ ମୃତ୍ୟୁ ମାମଲା: ଉଭୟ ପକ୍ଷର ଜବାବ ସୁଆଲ ଶେଷ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଟିକିରି ପ୍ରାଥମିକ ଶିକ୍ଷୟିତ୍ରୀ ସ୍କୁଲ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର  ଶୁଣାଣି ଆଜି ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ଅଦାଲତରେ ଶେଷ ହୋଇଛି।  ଉଭୟ ପକ୍ଷର ଜବାବ ସୁଆଲ ଶେଷ ହୋଇଥିବା ବେଳେ ରାୟ ଶୁଶାଣି ଏପ୍ରିଲ ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏହି ମାମଲାରେ  ସରକାରଙ୍କ ପକ୍ଷରୁ ୩୬ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ  ପ୍ରତିପକ୍ଷ ଦ୍ୱାରା ୫ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ୨୦୧୩ ଅକ୍ଟୋବର ୨୩ ତାରିଖ ରାତିରେ […]

Raygada

Rakesh Mallick
  • Published: Monday, 04 April 2016
  • , Updated: 04 April 2016, 10:13 AM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଟିକିରି ପ୍ରାଥମିକ ଶିକ୍ଷୟିତ୍ରୀ ସ୍କୁଲ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର  ଶୁଣାଣି ଆଜି ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ଅଦାଲତରେ ଶେଷ ହୋଇଛି।  ଉଭୟ ପକ୍ଷର ଜବାବ ସୁଆଲ ଶେଷ ହୋଇଥିବା ବେଳେ ରାୟ ଶୁଶାଣି ଏପ୍ରିଲ ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏହି ମାମଲାରେ  ସରକାରଙ୍କ ପକ୍ଷରୁ ୩୬ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ  ପ୍ରତିପକ୍ଷ ଦ୍ୱାରା ୫ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

୨୦୧୩ ଅକ୍ଟୋବର ୨୩ ତାରିଖ ରାତିରେ ଇତିଶ୍ରୀଙ୍କ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ବିଶାଖାପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ୱର ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆଇନଜୀବୀ ବିଷ୍ଣୁ ପ୍ରସାଦ ପଣ୍ଡା କହିଛନ୍ତି, “ ଏହି ମାମଲାରେ ପ୍ରତିପକ୍ଷଙ୍କ ପକ୍ଷରୁ ୪ ଥର ଶୁଣାଣି ହୋଇଥିଲା। ସରକାରଙ୍କ ପକ୍ଷରୁ ୨ ଥର ଶୁଣାଣି ହୋଇଥିଲା।   ଏପ୍ରିଲ ୧୬ ତାରିଖରେ ରାୟ ପ୍ରକାଶ ପାଇବ।”

Related story