କୋରାପୁଟ : ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାର ଯାଞ୍ଚ କରିଥିବା ଫେ।ରେନସିକ୍ ଦଳକୁ ଜେରା କରିଛି ସିବିଆଇ।ବୁଧବାର ସିବିଆଇ ଅଧିକାରୀ ମୁକେଶ କୁମାର ଓ ଇନ୍ସପେକଟର ଆର.ଡି.ଶର୍ମା କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେ।ରେନସିକ ଲାବର ସାଇଣ୍ଟିଫିକ ଅଫିସରଙ୍କ ସମେତ ଚାରିଜଣଙ୍କୁ ଜେରା କରିଛନ୍ତି। ଗତ ଅକଟବର ୨୮ତାରିଖରେ ଫେ।ରେନସିକର ଏହି ଚାରିଜଣିଆ ଦଳ ଟିକିରି ଯାଇ ଇତିଶ୍ରୀ ମୃତ୍ୟୁ ଘଟଣାର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଜବତ ହେଇଥିବା ସାମଗ୍ରୀ ଏବଂ ଫଟୋ ଆଦି ବିଷୟରେ ସିବିଆଇ ଦଳ ଜେରା କରିଥିଲେ। ଏଥିସହ କେବେ ଏବଂ କାହା ଆଦେଶରେ ଏହି ଦଳ ଟିକିରି ଯାଇଥିଲେ, ସେ କଥା ମଧ୍ୟ ପଚରା ଯାଇଥିଲା।