ଯବାନଙ୍କ ମାଡରେ  ଯୁବକଙ୍କ ମୃତ୍ୟୁ ଅଭିଯୋଗ : କୋମନା ଥାନାରେ ଉତ୍ତେଜନା

ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ଥାନାରେ ମାଓ ମୁକାବିଲା ପାଇଁ ନିୟୋଜିତ ଯବାନଙ୍କ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି । ପ୍ରାୟ ୫ଶହ ଲୋକ କୋମନା ଥାନାକୁ ଘେରାଉ କରି ରଖିଛନ୍ତି। ଘଟଣାସ୍ଥଳରେ ୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ତା’ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ରାସ୍ତାରେ ଗାଡି ଚଳା ବନ୍ଦ ହେବା ସହ ଦୋକାନ ବଜାର ବନ୍ଦ ରହିଛି।

vlcsnap-2015-08-19-12h08m15s037

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 09:15 AM IST

ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ଥାନାରେ ମାଓ ମୁକାବିଲା ପାଇଁ ନିୟୋଜିତ ଯବାନଙ୍କ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି । ପ୍ରାୟ ୫ଶହ ଲୋକ କୋମନା ଥାନାକୁ ଘେରାଉ କରି ରଖିଛନ୍ତି। ଘଟଣାସ୍ଥଳରେ ୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ତା'ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ରାସ୍ତାରେ ଗାଡି ଚଳା ବନ୍ଦ ହେବା ସହ ଦୋକାନ ବଜାର ବନ୍ଦ ରହିଛି।

୩ ଜଣ ଯୁବକଙ୍କୁ ମାଓ ମୁକାବିଲା ପାଇଁ ଏଠାରେ ନିୟୋଜିତ ସୁରକ୍ଷାକର୍ମୀ କ୍ୟାମ୍ପକୁ ଆଣି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତୃତୀୟ ଜଣକ ନାବାଳକ ହୋଇଥିବାରୁ ତାକୁ କୋମନା ଥାନାରେ ଅଟକ ରଖାଯାଇଛି। ମୃତ ଯୁବକ ଜଣକ ହେଲେ ଚିତରଞ୍ଜନ ସାହୁ।

Related story