ସରିନି ସମ୍ପୂର୍ଣ୍ଣ ଚିକିତ୍ସା: ଏମ୍‌ସରୁ ଜଗା-କାଳିଆଙ୍କୁ ଡିସ୍‌ଚାର୍ଜ କରିବାକୁ ମସୁଧା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍‌ସରେ ଜଗା-କାଳିଆଙ୍କ ଚିକିତ୍ସାକୁ ପୂରିଲା ବର୍ଷେ। ଏହା ଭିତରେ ସୁସ୍ଥ ହୋଇଗଲେଣି ଦୁଇ ଭାଇ। ଦୁଇ ତିନି ଦିନ ଭିତରେ ଏମ୍‌ସରୁ ଡିସ୍‌ଚାର୍ଜ ହେବେ। ଏହି ସୂଚନା ଦେଇଛନ୍ତି ବାପା ଭୂୟାଁ କହଁର। ତେବେ ଡିସଚାର୍ଜ ପରେ ସେମାନେ ଆଉ କିଛି ଦିନ ଦିଲ୍ଲୀ ଓଡ଼ିଶା ଭବନରେ ରହିପାରନ୍ତି। କନ୍ଧମାଳର ଯାଆଁଳା ଭାଇ ଜଗା-କାଳିଆ। ସଫଳ ହୋଇଛି ସେମାନଙ୍କ ବିରଳ ଅପରେସନ। ଯୋଡ଼ା ମୁଣ୍ଡ ଅଲଗା ହେବା ପରଠୁ ଦୁହେଁ ଭଲ […]

jaga and kalia to be discharged from aiims soon

Rakesh Mallick
  • Published: Monday, 16 July 2018
  • , Updated: 16 July 2018, 08:16 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍‌ସରେ ଜଗା-କାଳିଆଙ୍କ ଚିକିତ୍ସାକୁ ପୂରିଲା ବର୍ଷେ। ଏହା ଭିତରେ ସୁସ୍ଥ ହୋଇଗଲେଣି ଦୁଇ ଭାଇ। ଦୁଇ ତିନି ଦିନ ଭିତରେ ଏମ୍‌ସରୁ ଡିସ୍‌ଚାର୍ଜ ହେବେ। ଏହି ସୂଚନା ଦେଇଛନ୍ତି ବାପା ଭୂୟାଁ କହଁର। ତେବେ ଡିସଚାର୍ଜ ପରେ ସେମାନେ ଆଉ କିଛି ଦିନ ଦିଲ୍ଲୀ ଓଡ଼ିଶା ଭବନରେ ରହିପାରନ୍ତି।

କନ୍ଧମାଳର ଯାଆଁଳା ଭାଇ ଜଗା-କାଳିଆ। ସଫଳ ହୋଇଛି ସେମାନଙ୍କ ବିରଳ ଅପରେସନ। ଯୋଡ଼ା ମୁଣ୍ଡ ଅଲଗା ହେବା ପରଠୁ ଦୁହେଁ ଭଲ ଅଛନ୍ତି। ଜଗା ଓ୍ୱାର୍ଡ ଭିତରେ ଖୁସି ମନରେ ବଲ୍ ଧରି ଖେଳାବୁଲା କରୁଛି।  ଦୁଇ ଦିନ ତଳେ ଦୁଇ ଭାଇଙ୍କର ଏକ ଆଶ୍ୱସ୍ତି ଦେଲା ଭଳି ଫଟୋ ମଧ୍ୟ ଆସିଥିଲା। ଯେଉଁଥିରେ ଉଭୟଙ୍କ ମୁଣ୍ଡରେ ସ୍ୱତନ୍ତ୍ର ହେଲମେଟ୍‌ ନଥିଲା। ଦୁଇ ଭାଇ ଦିଲ୍ଲୀ ଏମ୍‌ସରୁ ଡିସଚାର୍ଜ ହେବା ପରେ ପ୍ରଥମେ ଦିଲ୍ଲୀର ଓଡ଼ିଶା ଭବନରେ ରହିବେ ବୋଲି ସେମାନଙ୍କ ବାପା ଭୂୟାଁ କହଁର କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଦୁଇ ଭାଇଙ୍କ ମୁଣ୍ଡରେ ଆବଶ୍ୟକ ପ୍ଳାଷ୍ଟିକ ସର୍ଜରୀ ଏଯାଏ ସମ୍ପୂର୍ଣ୍ଣ ହୋଇନି। ବିଭିନ୍ନ ପର୍ଯ୍ୟାୟରେ ଏନେଇ ଅପରେସନ୍ କରାଯିବାର ଆବଶ୍ୟକତା ରହିଛି। କାଳିଆ ଭଳି ଏତେଟା ଚଳଚଞ୍ଚଳ ବି ନାହିଁ ଜଗା। ତେଣୁ ସେମାନଙ୍କୁ ଆଗକୁ ଅଧିକ ଚିକିତ୍ସା ଯୋଗାଇ ଦିଆଯିବ ନା ଦୁହେଁ ସିଧା ଗାଁକୁ ଫେରିବେ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଜଗା-କାଳିଆଙ୍କ ସମ୍ପର୍କରେ ଗତ ବର୍ଷ ଜୁନ୍ ୨୮ରେ ପ୍ରଥମେ ଖବର ପ୍ରସାରଣ କରିଥିଲା ଓଟିଭି। ଏହାପରେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ ଓ ଶେଷରେ ରାଜ୍ୟ ସରକାର ସମସ୍ତେ ଚିକିତ୍ସା ପାଇଁ ତତ୍ପର ହୋଇ ଉଠିଥିଲେ। ଗତବର୍ଷ ଜୁଲାଇ ୧୫ରେ ଦୁଇ ଭାଇଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ମାସରେ ୨ଟି ପର୍ଯ୍ୟାୟରେ ଅପରେସନ କରାଯାଇ ଉଭୟଙ୍କୁ ପରସ୍ପରଠାରୁ ଅଲଗା କରାଯାଇଥିଲା। ଯାହା କି ଚିକିତ୍ସା ବିଜ୍ଞାନ ପାଇଁ ଥିଲା ଏକ ବିରଳ ଉପଲବ୍ଧି।

Related story