ଦିଲ୍ଲୀରୁ ଆସିବାକୁ ଜଗା,କାଳିଆଙ୍କ ବାପାମାଆ ଅମଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାଁନ୍ତି ଜଗାକାଳିଆଙ୍କ ବାପାମାଆ।

ଜଗାକାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି,“ଜଗା ଭଲ ଅଛି। ଖେଳାଖେଳି ଓ ବୁଲାବୁଲି କରୁଛି। କିଛି ଅସୁବିଧା ନାହିଁ। କିନ୍ତୁ କାଳିଆ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନି। ଏବେ ବି ସେ ପାଇପ୍ ଯୋଗେ ଖାଦ୍ୟ  ଗ୍ରହଣ କରୁଛି। ଜଗା ମୁଣ୍ଡରେ ହୋଇଥିବା ସ୍କିନ୍ ଗ୍ରାଫ୍ଟିଂ ଏଯାଏ ଶୁଖିନାହିଁ। ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ। ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଆଉ ୨ ମାସ ରଖାଯାଉ।”

ସେ ଆହୁରି କହିଛନ୍ତି ଯେ ଦିଲ୍ଲୀ ଏମ୍ସରୁ ସେମାନଙ୍କୁ  ଡିସଚାର୍ଜ କରାଗଲେ ଭୁବନେଶ୍ୱର ଏମ୍ସରେ ରଖାଯିବାକୁ ବ୍ୟବସ୍ଥା କରାଗଲା ଭଲ ହେବ।

ଦିଲ୍ଲୀ ଏମ୍ସରେ ଜଗାକାଳିଆ ଚିକିତ୍ସାଧୀନ ଅଛନ୍ତି। କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତବର୍ଷ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ।

Ordigital Desk
• Published: Saturday, 10 March 2018
• Updated: 10 March 2018, 12:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାଁନ୍ତି ଜଗାକାଳିଆଙ୍କ ବାପାମାଆ।

ଜଗାକାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି,“ଜଗା ଭଲ ଅଛି। ଖେଳାଖେଳି ଓ ବୁଲାବୁଲି କରୁଛି। କିଛି ଅସୁବିଧା ନାହିଁ। କିନ୍ତୁ କାଳିଆ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନି। ଏବେ ବି ସେ ପାଇପ୍ ଯୋଗେ ଖାଦ୍ୟ  ଗ୍ରହଣ କରୁଛି। ଜଗା ମୁଣ୍ଡରେ ହୋଇଥିବା ସ୍କିନ୍ ଗ୍ରାଫ୍ଟିଂ ଏଯାଏ ଶୁଖିନାହିଁ। ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ। ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଆଉ ୨ ମାସ ରଖାଯାଉ।”

ସେ ଆହୁରି କହିଛନ୍ତି ଯେ ଦିଲ୍ଲୀ ଏମ୍ସରୁ ସେମାନଙ୍କୁ  ଡିସଚାର୍ଜ କରାଗଲେ ଭୁବନେଶ୍ୱର ଏମ୍ସରେ ରଖାଯିବାକୁ ବ୍ୟବସ୍ଥା କରାଗଲା ଭଲ ହେବ।

ଦିଲ୍ଲୀ ଏମ୍ସରେ ଜଗାକାଳିଆ ଚିକିତ୍ସାଧୀନ ଅଛନ୍ତି। କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତବର୍ଷ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos