ଜଗମୋହନ ମରାମତି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ର ଆନ୍ଦୋଳନ ଧମକ

କଟକ: ଶ୍ରୀମନ୍ଦିର ଓ ଜଗମୋହନର ଉପଯୁକ୍ତ ମରାମତି ଓ ସଂରକ୍ଷଣକୁ ନେଇ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ଉଦ୍‌ବେଗ ପ୍ରକାଶ କରିଛି। ଆସନ୍ତା ରଥଯାତ୍ରା ପୂର୍ବରୁ ଏହାର ଉପଯୁକ୍ତ ମରାମତି କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବକୁ ଆସୋସିଏସନ୍ ଚେତାବନୀ ଦେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବାର ଆସୋସିଏସନ୍‌ ସଭାପତି ଅଶୋକ ମହାପାତ୍ର କହିଛନ୍ତି,“ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ନେଇ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି। ସରକାର ତୁରନ୍ତ ଏହାର ମରାମତି ପ୍ରତି ଧ୍ୟାନ […]

high-court-bar

Rakesh Mallick
  • Published: Thursday, 19 May 2016
  • , Updated: 19 May 2016, 01:26 PM IST

କଟକ: ଶ୍ରୀମନ୍ଦିର ଓ ଜଗମୋହନର ଉପଯୁକ୍ତ ମରାମତି ଓ ସଂରକ୍ଷଣକୁ ନେଇ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ଉଦ୍‌ବେଗ ପ୍ରକାଶ କରିଛି। ଆସନ୍ତା ରଥଯାତ୍ରା ପୂର୍ବରୁ ଏହାର ଉପଯୁକ୍ତ ମରାମତି କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବକୁ ଆସୋସିଏସନ୍ ଚେତାବନୀ ଦେଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବାର ଆସୋସିଏସନ୍‌ ସଭାପତି ଅଶୋକ ମହାପାତ୍ର କହିଛନ୍ତି,“ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ନେଇ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି। ସରକାର ତୁରନ୍ତ ଏହାର ମରାମତି ପ୍ରତି ଧ୍ୟାନ ନ ଦେଲେ ମନ୍ଦିର ସମ୍ପୂର୍ଣ ଧ୍ୱଂସ ପାଇବାର ଆଶଙ୍କ। ସୃଷ୍ଟି ହୋଇଛି। ଆସନ୍ତା ରଥଯାତ୍ରା ପୂର୍ବରୁ ଏହାର ଉପଯୁକ୍ତ ମରାମତି କରା ନ ଗଲେ ବାର ଆସୋସିଏସନ୍ ଆନ୍ଦୋଳନକୁ ଓହ୍ଲାଇବ। ଆବଶ୍ୟକ ହେଲେ ରାଜ୍ୟର ସମସ୍ତ ଆଇନଜୀବୀ ଓ ଜନସାଧାରଣଙ୍କୁ ଏଥିରେ ସାମିଲ କରାଯିବ।”

Related story