ଜଗମୋହନ ମରାମତି ପ୍ରକ୍ରିୟା ଓ ଡିଜାଇନ୍‌ ନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଯେଉଁ ଡିଜାଇନ୍‌ ସ୍ଥିର ହୋଇଛି ଏବଂ କେବେ ମରାମତି କାମ ସମ୍ପୂର୍ଣ୍ଣ ହେବ ସେନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଗୁରୁବାର ଏହି ପ୍ରସଙ୍ଗରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ଏଏସ୍‌ଆଇକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ମରାମତି କାମର ଡିଜାଇନ୍‌କୁ ଏଏସ୍‌ଆଇ ମହାନିର୍ଦ୍ଦେଶ ସ୍ୱୀକୃତି ଦେଇଛନ୍ତି କି ନାହିଁ ସେନେଇ ସତ୍ୟପାଠରେ ଉଲ୍ଲେଖ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି। ଜଗମୋହନର ୪ଟି ପିଲାର […]

high

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 08:03 PM IST

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଯେଉଁ ଡିଜାଇନ୍‌ ସ୍ଥିର ହୋଇଛି ଏବଂ କେବେ ମରାମତି କାମ ସମ୍ପୂର୍ଣ୍ଣ ହେବ ସେନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଗୁରୁବାର ଏହି ପ୍ରସଙ୍ଗରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ଏଏସ୍‌ଆଇକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ମରାମତି କାମର ଡିଜାଇନ୍‌କୁ ଏଏସ୍‌ଆଇ ମହାନିର୍ଦ୍ଦେଶ ସ୍ୱୀକୃତି ଦେଇଛନ୍ତି କି ନାହିଁ ସେନେଇ ସତ୍ୟପାଠରେ ଉଲ୍ଲେଖ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି।

ଜଗମୋହନର ୪ଟି ପିଲାର ମଧ୍ୟରୁ ଗୋଟିଏରେ ମରାମତି ସମ୍ପୂର୍ଣ୍ଣ ହୋଇନି ବୋଲି ଏନ୍‌.କେ. ମହାନ୍ତି କମିଟି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମରାମତି କାମର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ଏନ୍‌.କେ. ମହାନ୍ତି ପୂର୍ବରୁ ରିପୋର୍ଟ ଦାଖଲ କରିଥିଲେ।

Related story