ଜଗମୋହନ ସ୍ଥିତି ଯାଞ୍ଚ କଲେ ଏଏସ୍‌ଆଇ ବିଶେଷଜ୍ଞ ଟିମ୍‌

ପୁରୀ: ଆଜି ଶ୍ରୀମନ୍ଦିର ଗର୍ଭଗୃହ ଓ ଜଗମୋହନ ସ୍ଥିତି ଯାଞ୍ଚ କରିଛନ୍ତି ଏଏସ୍‌ଆଇ ବିଶେଷଜ୍ଞ ଟିମ୍‌। ଯାଞ୍ଚ ପରେ ଗର୍ଭଗୃହ ଅକ୍ଷତ ରହିଥିବା ଏଏସ୍‌ଆଇ ଟିମ୍‌ କହିଛି। ଏଏସ୍‌ଆଇ ଜଏଣ୍ଟ ଡିଜିଙ୍କ ସହ ଓଡ଼ିଶା ପ୍ରତ୍ନତତ୍ୱ ବିଭାଗର ଅଧିକ୍ଷକ, ଆଇଆଇଟି ଖଡ଼ଗପୁର, ଚେନ୍ନାଇ ଏବଂ ରୁକିରୁ ବିଶେଷଜ୍ଞ ଦଳ ଆଜି ଶ୍ରୀମନ୍ଦିର ଜଗମୋହନ ଓ ଗର୍ଭଗୃହକୁ ଟିକିନିଖି ଯାଞ୍ଚ କରିଥିଲେ। ବିଶେଷଜ୍ଞ ଟିମ୍‌ ପକ୍ଷରୁ କୁହାଯାଇଛି, “ଜଗମୋହନର ସ୍କାନିଂ କାମ ସରିଛି ଓ ଆସନ୍ତା ନୀଳାଦ୍ରୀ ବିଜେ ପୂର୍ବରୁ […]

Sri-Puri-Jagannath-Temple3

Rakesh Mallick
  • Published: Friday, 08 July 2016
  • , Updated: 08 July 2016, 11:15 PM IST

ପୁରୀ: ଆଜି ଶ୍ରୀମନ୍ଦିର ଗର୍ଭଗୃହ ଓ ଜଗମୋହନ ସ୍ଥିତି ଯାଞ୍ଚ କରିଛନ୍ତି ଏଏସ୍‌ଆଇ ବିଶେଷଜ୍ଞ ଟିମ୍‌। ଯାଞ୍ଚ ପରେ ଗର୍ଭଗୃହ ଅକ୍ଷତ ରହିଥିବା ଏଏସ୍‌ଆଇ ଟିମ୍‌ କହିଛି। ଏଏସ୍‌ଆଇ ଜଏଣ୍ଟ ଡିଜିଙ୍କ ସହ ଓଡ଼ିଶା ପ୍ରତ୍ନତତ୍ୱ ବିଭାଗର ଅଧିକ୍ଷକ, ଆଇଆଇଟି ଖଡ଼ଗପୁର, ଚେନ୍ନାଇ ଏବଂ ରୁକିରୁ ବିଶେଷଜ୍ଞ ଦଳ ଆଜି ଶ୍ରୀମନ୍ଦିର ଜଗମୋହନ ଓ ଗର୍ଭଗୃହକୁ ଟିକିନିଖି ଯାଞ୍ଚ କରିଥିଲେ।

ବିଶେଷଜ୍ଞ ଟିମ୍‌ ପକ୍ଷରୁ କୁହାଯାଇଛି, “ଜଗମୋହନର ସ୍କାନିଂ କାମ ସରିଛି ଓ ଆସନ୍ତା ନୀଳାଦ୍ରୀ ବିଜେ ପୂର୍ବରୁ ଗ୍ରାଉଟିଂ ଓ ପକେଟ୍‌ ଫ୍ରେମିଂ କାମ ଶେଷ କରାଯିବ। ଗର୍ଭଗୃହର କେମିକାଲ କ୍ଲିନିଂ କରାଯିବ।”

ଜଗମୋହନର ସ୍ଥାୟୀ ମରାମତି ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ଯୋଜନା ପ୍ରସ୍ତୁତ କରାଯିବ। ଏଥିପାଇଁ ଆସନ୍ତାକାଲି ଏଏସ୍‌ଆଇ ଡିଜି ଭୁବନେଶ୍ୱରରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ। ଏଥିରେ ଜଗମୋହନର ସ୍ଥାୟୀ ମରାମତି ଳାଗି ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ।

Related story