ଜଗମୋହନର ମରାମତି କାମ: ଏଏସ୍‌ଆଇ କହୁଛି ୮୦% ସରିଛି, ମନ୍ଦିର ପ୍ରଶାସନର ଖଣ୍ଡନ

କଟକ: ଶ୍ରୀମନ୍ଦିର ଜଗମୋହନର ମରାମତି କାମ କେତେ ଆଗେଇଛି, ତାକୁ ନେଇ ମନ୍ଦିର ପ୍ରଶାସନ ଓ  ଏଏସ୍ଆଇ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଜଗମୋହନ ମରାମତି କାମ ୮୦ ପ୍ରତିଶତ ଶେଷ ହୋଇଛି ବୋଲି ଏଏସ୍ଆଇ କହୁଥିବା ବେଳେ ମନ୍ଦିର ପ୍ରଶାସନ ଏହାକୁ ଖଣ୍ଡନ କରିଛି। ହାଇକୋର୍ଟରେ ଜଗମୋହନ ମରାମତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ଅତିରିକ୍ତ ସତ୍ୟପାଠରୁ ଏହି କଥା ସାମ୍ନାକୁ ଆସିଛି। ଜଗମୋହନର ମୁଖ୍ୟ ଢାଞ୍ଚାରେ କୋଣସି […]

jagamohan

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 05:57 PM IST

[caption id="attachment_97260" align="alignleft" width="300"] ଶ୍ରୀମନ୍ଦିର ପ୍ରଶାସନର ଓକିଲ ସୁବ୍ରତ ଶତପଥୀ[/caption]

କଟକ: ଶ୍ରୀମନ୍ଦିର ଜଗମୋହନର ମରାମତି କାମ କେତେ ଆଗେଇଛି, ତାକୁ ନେଇ ମନ୍ଦିର ପ୍ରଶାସନ ଓ  ଏଏସ୍ଆଇ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଜଗମୋହନ ମରାମତି କାମ ୮୦ ପ୍ରତିଶତ ଶେଷ ହୋଇଛି ବୋଲି ଏଏସ୍ଆଇ କହୁଥିବା ବେଳେ ମନ୍ଦିର ପ୍ରଶାସନ ଏହାକୁ ଖଣ୍ଡନ କରିଛି। ହାଇକୋର୍ଟରେ ଜଗମୋହନ ମରାମତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ଅତିରିକ୍ତ ସତ୍ୟପାଠରୁ ଏହି କଥା ସାମ୍ନାକୁ ଆସିଛି। ଜଗମୋହନର ମୁଖ୍ୟ ଢାଞ୍ଚାରେ କୋଣସି ମରାମତି କାର୍ଯ୍ୟ କରାଯାଇନାହିଁ ବୋଲି ମନ୍ଦିର ପ୍ରଶାସନ ଅଭିଯୋଗ କରିଛି। କେବଳ ପ୍ଲାଷ୍ଟର ଛଡ଼ାଇବା, ଜଗମୋହନ ଡ୍ରେନ୍‌ ମରାମତି ଏବଂ ଗ୍ରାଉଟିଂ କାର୍ଯ୍ୟ ଶେଷ ହୋଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ତେବେ କେଉଁ କେଉଁ କାର୍ଯ୍ୟ କରିବାକୁ ବାକି ରହିଛି ଏବଂ କେଉଁ କାର୍ଯ୍ୟ ଶେଷ ହୋଇଛି ସେନେଇ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ଏଏସ୍ଆଇକୁ ହାଇକୋର୍ଟ ନିଦ୍ଦେର୍ଶ ଦେଇଛନ୍ତି। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଶ୍ରୀମନ୍ଦିର ପ୍ରଶାସନର ଓକିଲ ସୁବ୍ରତ ଶତପଥୀ କହିଛନ୍ତି,“ଗତଥର ଏଏସ୍‌ଆଇ କୋର୍ଟରେ କହିଥିଲେ ଯେ ସେମାନେ ୮୦ ପ୍ରତିଶତ କାମ ଶେଷ କରି ଦେଇଛନ୍ତି ଏବଂ ଅଳ୍ପ କିଛି କାମ ରହିଛି। ଏହାକୁ ଆମେ ସଂପୂର୍ଣ୍ଣ ଭାବେ ଖଣ୍ଡନ କରି ଆଜି ସତ୍ୟପାଠ ଦାଖଲ କରିଛୁ। ଆମର କହିବା କଥା ଜଗମୋହନର ପିଲାର, କଲମ ଓ ବିମ୍ ନଷ୍ଟ ହୋଇଯାଇଥିବା ବେଳେ ସେଗୁଡ଼ିକର କିଛି କାମ ହୋଇନାହିଁ। ଏଏସ୍‌ଆଇ କେବଳ ଗ୍ରାଫ୍ଟିଂ, ଫିଲିଂ, ଡିପ୍ଲାଷ୍ଟରିଂ ଓ ସନ୍ଧି ମାରିବା ଭଳି ପାରମ୍ପରିକ କାର୍ଯ୍ୟ କରୁଛି।”

Related story