ସୁସ୍ଥ ହେଲେ ମହାପ୍ରଭୁ

ପୁରୀ: ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପରମ୍ପରା ମୁତାବକ ଏ ଖବର ଆଗ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତିଙ୍କୁ ଜଣାଇବାକୁ ହେବ। ସେଇଥିପାଇଁ ଶ୍ରୀମନ୍ଦିରରୁ ରାଜନଅରକୁ ଦଇତାପତି ସେବାୟତଙ୍କ ଏ ଯାତ୍ରା  ରୂପାଥାଳିରେ ଶ୍ରୀଚନ୍ଦନ, କରାଳଳ ଚନ୍ଦନ ଓ ପାଟଡୋର ଆଦି ସଜାଇ ପାଟ ପଟୁଆରରେ ଆଜି ଶ୍ରୀନଅର ପହଞ୍ଚିଥିଲେ। ଦଇତାପତି ସେବାୟତ ଏସବୁ ଦିବ୍ୟ ପଦାର୍ଥକୁ  ଗଜପତିଙ୍କୁ ଭେଟିଦେବା ସହ ଜଣାଇଥିଲେ ଶ୍ରୀଜିଉ ସୁସ୍ଥ ହେବାର ଖବର। ଏପଟେ ଘୋଷଯାତ୍ରାକୁ ଆଉ ମାତ୍ର ୩ ଦିନ। ଏଥିପାଇଁ ଚଳଚଞ୍ଚଳ […]

1 (1)

Rakesh Mallick
  • Published: Wednesday, 21 June 2017
  • , Updated: 21 June 2017, 09:24 PM IST

ପୁରୀ: ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପରମ୍ପରା ମୁତାବକ ଏ ଖବର ଆଗ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତିଙ୍କୁ ଜଣାଇବାକୁ ହେବ। ସେଇଥିପାଇଁ ଶ୍ରୀମନ୍ଦିରରୁ ରାଜନଅରକୁ ଦଇତାପତି ସେବାୟତଙ୍କ ଏ ଯାତ୍ରା  ରୂପାଥାଳିରେ ଶ୍ରୀଚନ୍ଦନ, କରାଳଳ ଚନ୍ଦନ ଓ ପାଟଡୋର ଆଦି ସଜାଇ ପାଟ ପଟୁଆରରେ ଆଜି ଶ୍ରୀନଅର ପହଞ୍ଚିଥିଲେ। ଦଇତାପତି ସେବାୟତ ଏସବୁ ଦିବ୍ୟ ପଦାର୍ଥକୁ  ଗଜପତିଙ୍କୁ ଭେଟିଦେବା ସହ ଜଣାଇଥିଲେ ଶ୍ରୀଜିଉ ସୁସ୍ଥ ହେବାର ଖବର।

ଏପଟେ ଘୋଷଯାତ୍ରାକୁ ଆଉ ମାତ୍ର ୩ ଦିନ। ଏଥିପାଇଁ ଚଳଚଞ୍ଚଳ ରଥଖଳା। ସରି ସରି ଆସିଲାଣି ରଥ ନିର୍ମାଣ। ସାଜସଜ୍ଜା ତିନିର ଥର। ଦୁଆରବେଢ଼ା କାମ ସରିବା ପରେ ସିଂହାସନ ଓ ପ୍ରଭା, କଳସ ଆଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଚିତ୍ରକର, ରୂପକାର ସେବାୟତ ତିନିରଥର ସୌନ୍ଦର୍ଯ୍ୟକରଣ କାମରେ ଲାଗିଥିବା ବେଳେ କନା ମୁଣ୍ଡଣୀ କାମରେ ଲାଗିଛନ୍ତି ଦରଜୀ ସେବାୟତ।

Related story