ଧର୍ମ ସହିବ ତ ? ଶେଷରେ ମହାପ୍ରଭୁଙ୍କୁ ବି ଲୁଟିଲେ!

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ମହାପ୍ରଭୁ ଜଗନ୍ନାଥଙ୍କ ମାଲିକାନାରେ ଥିବା ପାହାଡ଼ରୁ ବେଆଇନ ଭାବେ ଚାଲାଣ ହେଉଛି କୋଟି କୋଟି ଟଙ୍କାର ପଥର। ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ଟାଙ୍ଗୀ ଓ ଚିଲିକା ତହସିଲ ଅଞ୍ଚଳର ଶହ ଶହ ଏକର ଜମି ଏବେ ମାଫିଆଙ୍କ କବ୍‌ଜାରେ ରହିଛି। କେବଳ ମହାପ୍ରଭୁଙ୍କ ଜମି ନୁହେଁ, ରାଜସ୍ୱ ବିଭାଗ ଅଧୀନରେ ଥିବା ଅନେକ ପାହାଡରୁ ଦିନ ରାତି ଲୁଟ୍ ହେଉଛି। ମୂଲ୍ୟବାନ ମୁଗୁନିପଥରକୁ […]

jagannath land take stone mafia

Rakesh Mallick
  • Published: Wednesday, 09 May 2018
  • , Updated: 09 May 2018, 08:39 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ମହାପ୍ରଭୁ ଜଗନ୍ନାଥଙ୍କ ମାଲିକାନାରେ ଥିବା ପାହାଡ଼ରୁ ବେଆଇନ ଭାବେ ଚାଲାଣ ହେଉଛି କୋଟି କୋଟି ଟଙ୍କାର ପଥର। ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ଟାଙ୍ଗୀ ଓ ଚିଲିକା ତହସିଲ ଅଞ୍ଚଳର ଶହ ଶହ ଏକର ଜମି ଏବେ ମାଫିଆଙ୍କ କବ୍‌ଜାରେ ରହିଛି। କେବଳ ମହାପ୍ରଭୁଙ୍କ ଜମି ନୁହେଁ, ରାଜସ୍ୱ ବିଭାଗ ଅଧୀନରେ ଥିବା ଅନେକ ପାହାଡରୁ ଦିନ ରାତି ଲୁଟ୍ ହେଉଛି। ମୂଲ୍ୟବାନ ମୁଗୁନିପଥରକୁ କଂପ୍ରେସର ମେସିନ୍ ସାହାଯ୍ୟରେ ଗାତ କରାଯାଇ, ଜିଲୋଟିନ୍ ଦ୍ୱାରା ଅତି ବିପଦଜନକ ଭାବେ ବିସ୍ଫୋରଣ କରାଯାଉଛି। ସେପଟେ ବେଆଇନ ପଥର ଚାଲାଣକୁ ନେଇ ମାଫିଆ ଗୋଷ୍ଠୀ ମଧ୍ୟରେ ଅନେକ ସମୟରେ ସଂଘର୍ଷ ଘଟୁଛି। ଏଥିରେ ଧନଜୀବନ ହାନୀ ହେବା ସହ ସ୍ଥାନୀୟ ଅଞ୍ଚଳର ସୁରକ୍ଷା ମଧ୍ୟ ବିପନ୍ନ ହେଉଛି।

ଖାଲି ମୁଗୁନି ପଥର ନୁହେଁ, ଦୈନିକ ଶହ ଶହ ଟ୍ରକ୍ ମାଙ୍କଡା ପଥରର ମଧ୍ୟ ଚୋରା ଚାଲାଣ କରାଯାଉଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା ଗାଁ ଲୋକ, ମାଫିଆଙ୍କ ସାମ୍ନା କରିବାକୁ କେହି ସାହସ କରିପାରୁ ନାହାନ୍ତି। ଚଢାଉ ପାଇଁ ଯାଇଥିବା ସରକାରୀ ଅଧିକାରୀଙ୍କ ଉପରେ ଅନେକ ଥର ଆକ୍ରମଣ ହେଉଛି। ତେବେ ପଥର ମାଫିଆଙ୍କୁ ରୋକିବା ଲାଗି ପ୍ରଶାସନ ନୂଆ ଯୋଜନା କରିଛି। ପଥର ପାହାଡ ଚାରିପଟେ ଟ୍ରେଞ୍ଚ ଖୋଳିବା ଲାଗି ଚିନ୍ତା କରାଯାଉଥିବା ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି। ତାସହିସତ ପଥର ଚୋରାଚାଲାଣ ରୋକିବା ଲାଗି ସ୍ୱତନ୍ତ୍ର ପୋଲିସ ଟିମ୍ ମୁତୟନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Related story