ହେ ପ୍ରଭୁ ଏମାନଙ୍କୁ ସଦ୍‌ବୁଦ୍ଧି ଦିଅ…

Ordigital Desk
  • Published: Wednesday, 04 April 2018
  • , Updated: 04 April 2018, 11:12 AM IST
<p>ପୁରୀ (ଓଡିଶା ରିପୋର୍ଟର): &lsquo;ହେ ପ୍ରଭୁ ଏମାନଙ୍କୁ ସଦ୍&zwnj;ବୁଦ୍ଧି ଦିଅ। ନିଜ ରତ୍ନ ଭଣ୍ଡାର ସୁରକ୍ଷା ନିଜେ କର।&rsquo; ମହାପ୍ରଭୁଙ୍କୁ ଦୀପଦାନ କରି ଏପରି କରୁଣ କଣ୍ଠରେ ପ୍ରାର୍ଥନା କରିଛନ୍ତି ଜଗନ୍ନାଥ ସେନାର କର୍ମୀମାନେ। ଆଜି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲୁଥିବାରୁ ଏହାକୁ ଶ୍ରୀଜଗନ୍ନାଥ ସେନା ବିରୋଧ କରିଛି।</p> <p>ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ କହିଛନ୍ତି-&ldquo;ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ହେଉଛି। ଏଥିପାଇଁ ମହାପ୍ରଭୁଙ୍କର ଯାହା ରତ୍ନ ଅଳଙ୍କାର ଦାରକାର ତାହା ଅଛି। ତେଣୁ ରତ୍ନଭଣ୍ଡାର ଖୋଲିବାର କିଛି ଯଥାର୍ଥ ନଥିଲା। ତାହା ପୁଣି ଖରାଦିନେ। ତେବେ ଏଠି ପ୍ରଶ୍ନ ଉଠୁଛି, ଯେତେ ବେଳେ ଭଗବାନଙ୍କୁ ଭକ୍ତଙ୍କଠାରୁ ଅଲଗା କରାଯାଉଛି ସେତେବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଗଲା ନାହିଁ କାହିଁକି? ରଥ ଚଢ଼ିବାକୁ ନେଇ ଜଗତଗୁରୁଙ୍କ ମତାମତ ନିଆଯାଉଥିବା ବେଳେ ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ କାହିଁକି ପଚରା ଗଲା ନାହିଁ?&rdquo;</p> <p>ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତିକୁ ଜଗନ୍ନାଥ ସେନା ବିରୋଧ କରି ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି।</p>

Related story