ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର: ଘଣ୍ଟାଏ ପୂର୍ବରୁ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଅପରାହ୍ନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଆରମ୍ଭ ହେବ ଭଣ୍ଡାର ଘରର ସ୍ଥିତି ଯାଞ୍ଚ। ଏହାର ଏକ ଘଣ୍ଟା ପୂର୍ବରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ଭିତରେ କୌଣସି ଭକ୍ତମାନେ ରହିଥିଲେ, ସେମାନଙ୍କୁ ବାହାରକୁ କାଢ଼ି ଦିଆଯିବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରେ ଓ ଚାରି ପାର୍ଶ୍ୱରେ ଦୁଇ ପ୍ଲାଟୁନ୍‌ ଲେଖାଏଁ ଫୋର୍ସ ମୁତୟନ […]

ratna-final-1-768x402

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 09:19 AM IST

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଅପରାହ୍ନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଆରମ୍ଭ ହେବ ଭଣ୍ଡାର ଘରର ସ୍ଥିତି ଯାଞ୍ଚ। ଏହାର ଏକ ଘଣ୍ଟା ପୂର୍ବରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ଭିତରେ କୌଣସି ଭକ୍ତମାନେ ରହିଥିଲେ, ସେମାନଙ୍କୁ ବାହାରକୁ କାଢ଼ି ଦିଆଯିବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରେ ଓ ଚାରି ପାର୍ଶ୍ୱରେ ଦୁଇ ପ୍ଲାଟୁନ୍‌ ଲେଖାଏଁ ଫୋର୍ସ ମୁତୟନ କରାଯିବେ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ନିଯୁକ୍ତ ପ୍ରତିନିଧି, ବିଶେଷଜ୍ଞ, ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ପଦାଧିକାରୀଙ୍କୁ ନେଇ ଗଠିତ ମୋଟ ୧୭ଜଣିଆ ପ୍ରତିନିଧି ଦଳ ଶ୍ରୀମନ୍ଦିର ଭିତରକୁ ଯିବେ। ରତ୍ନଭଣ୍ଡାର ସ୍ଥିତି ପରଖିବା ପରେ ବିଶେଷଜ୍ଞ ଦଳ ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ନେଇ ରିପୋର୍ଟ ଦେବେ।

ବ୍ୟବସ୍ଥାବଳୀ ଅନୁଯାୟୀ, ଛତିଶା ନିଯୋଗ ସଭାପତି ଓ ସଂପାଦକ ଭଣ୍ଡାର ଖୋଲା ଦେଖିପାରିବେ। ମୁକ୍ତି ମଣ୍ଡପ ତଳେ ଉପସ୍ଥିତ ରହି ଭଣ୍ଡାର ଖୋଲା ଦେଖିପାରିବେ ଓସଡ଼ମା, ଅଗ୍ନିଶମ ଅଧିକାରୀ। ଜରୁରୀ ସ୍ଥିତି ପାଇଁ ଉପସ୍ଥିତ ରହିବେ ସ୍ନେକ ହେଲ୍ପ ଲାଇନର ୨ ଜଣ ସଦସ୍ୟ। ଜଗମୋହନ ଭିତରକୁ ଯାଉଥିବା ବ୍ୟକ୍ତିଙ୍କୁ ସ୍ୱତ୍ତ୍ୱଲିପି ମୁତାବକ ଯାଞ୍ଚ କରାଯିବ। ଯାଞ୍ଚକାରୀ କେବଳ ଚଷମା ବ୍ୟତୀତ ଅନ୍ୟକିଛି ସାଙ୍ଗରେ ନେଇପାରିବେନି। ମୁଖ୍ୟ ପ୍ରଶାସକ, ପୁରୀ ଏସ୍‌ପି, ନୀତି ପ୍ରଶାସକ, ହାଇକୋର୍ଟଙ୍କ ପ୍ରତିନିଧି, ASIର ୩ ବିଶେଷଜ୍ଞ ଭଣ୍ଡାରକୁ ଯିବେ। ସେହିପରି କୋର୍ କମିଟିର ୨ ଜଣ, ରତ୍ନ ଭଣ୍ଡାର ସବ୍ କମିଟିର ୨ ସଦସ୍ୟ ମଧ୍ୟ ଭିତରକୁ ଯିବେ। ସମସ୍ତେ ଭିତରକୁ ଯିବା ପରେ ସର୍ଚ୍ଚ ଲାଇଟରେ ସ୍ଥିତି ଅନୁଧ୍ୟାନ କରିବେ। ଏହା ପରେ ସେମାନଙ୍କୁ ପୋଲିସ ଦ୍ୱାରା ପୁନଃ ଯାଞ୍ଚ କରାଯିବ।

Related story