ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିପାରିବେ ତ ସରକାର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ ଗଜପତିଙ୍କ ବଡ଼ ପ୍ରଶ୍ନ। ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କୁ ପ୍ରବେଶ ଅନୁମତି ଦେଲେ ମନ୍ଦିରକୁ ସୁରକ୍ଷିତ ରଖିପାରିବେ ତ ସରକାର ? ଓଟିଭି ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଗଜପତି ଏଭଳି ପ୍ରଶ୍ନ କରିଛନ୍ତି। କହିଛନ୍ତି ଏହି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟ ହିଁ ଚୂଡ଼ାନ୍ତ। ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ ନେଇ ତୁମ୍ବିତୋଫାନ୍  ଚାଲିଥିବା ବେଳେ ଆଜି ଓଟିଭିକୁ ସ୍ୱତନ୍ତ୍ର ସକ୍ଷାତକାର ଦେଇ ଏହି ପ୍ରଶ୍ନ ଉଠାଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସାଂପ୍ରତିକ […]

King-gajapati copy

Rakesh Mallick
  • Published: Saturday, 07 July 2018
  • , Updated: 07 July 2018, 08:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ ଗଜପତିଙ୍କ ବଡ଼ ପ୍ରଶ୍ନ। ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କୁ ପ୍ରବେଶ ଅନୁମତି ଦେଲେ ମନ୍ଦିରକୁ ସୁରକ୍ଷିତ ରଖିପାରିବେ ତ ସରକାର ? ଓଟିଭି ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଗଜପତି ଏଭଳି ପ୍ରଶ୍ନ କରିଛନ୍ତି। କହିଛନ୍ତି ଏହି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟ ହିଁ ଚୂଡ଼ାନ୍ତ।

ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ ନେଇ ତୁମ୍ବିତୋଫାନ୍  ଚାଲିଥିବା ବେଳେ ଆଜି ଓଟିଭିକୁ ସ୍ୱତନ୍ତ୍ର ସକ୍ଷାତକାର ଦେଇ ଏହି ପ୍ରଶ୍ନ ଉଠାଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସାଂପ୍ରତିକ ପରିସ୍ଥିତିରେ ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢୁଥିବା ବେଳେ ସେ ଏହି ଆଶଙ୍କା ବ୍ୟକ୍ତି କରିଛନ୍ତି। ତେବେ ଧାର୍ମିକ ପ୍ରସଙ୍ଗରେ ଗୋବର୍ଦ୍ଧନ ପୀଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟ ହିଁ ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି।

ତେବେ ନୀଳାଦ୍ରି ବିଜେ ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ସମ୍ପର୍କରେ ଆଲୋନା କରାଯାଇ ଏ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଗଜପତି କହିଛନ୍ତି ।  ସେହିପରି ଶ୍ରୀମନ୍ଦିରରରେ ବଂଶାନୁକ୍ରମିକ ସେବା ଅଧିକାର ଉଚ୍ଛେଦ ବାବଦରେ ବହୁ ଦିଗରୁ ଚିନ୍ତା କରାଯାଇ ନିଷ୍ପତ୍ତି ନେବା ଦରକାର ଓ ସୁପ୍ରିମ୍‌କୋର୍ଟ ମଧ୍ୟ ସବୁ ପକ୍ଷଙ୍କ ମତ ଶୁଣିଲା ପରେ ନିର୍ଣ୍ଣୟ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର ମନୋଜ ରଥ କହିଛନ୍ତି ବୈଦିକ ରିତିନୀତିରେ ପୂଜାପଦ୍ଧତି ଚାଲୁଛି। ଆଗକୁ ମଧ୍ୟ ଚାଲିବ । ଯଦି ସଂସ୍କାର ଚାହୁଁଛନ୍ତି, ତେବେ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ଅପରିହାର୍ଯ୍ୟ। ସୁପ୍ରିମ୍‌କୋର୍ଟରେ ମତ ରଖିବା ପୂର୍ବରୁ କେନ୍ଦ୍ର, ରାଜ୍ୟ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡ଼ନ୍ତୁ ବୋଲି ସେ କହିଛନ୍ତି ।

Related story