୯ ମାସ ପରେ ଆଖି ମିଶିଲା, ମନ ପୂରିଲା

ପୁରୀ(ଓଡ଼ିଶା ରିପୋର୍ଟର): ଆଖି ମିଶିଲା, ମନ ପୂରିଲା । ଦୀର୍ଘ ୯ ମାସ ହେଲା ଅଭେଦ୍ୟ ପାଚେରି ଭଳି ଛିଡ଼ା ହୋଇଥିବା କରୋନା କଟକଣା ଭାଙ୍ଗିଲା। ରତ୍ନବେଦୀରେ ଭଗବାନଙ୍କ ସହ ଭକ୍ତର ମିଳନ ହେଲା ଖୋଦ୍ ଶ୍ରୀମନ୍ଦିର ପାଖରେ ଥାଇ ବି କାଳିଆ ଦର୍ଶନରୁ ବଞ୍ଚିତ ଯନ୍ତ୍ରଣାରେ ଛଟପଟ ଶ୍ରୀକ୍ଷେତ୍ରବାସୀଙ୍କୁ ସତେ ଯେମିତି  ନିମିଷକରେ ମିଳୁଥିଲା ଉପଶମ। ଆଜି ରାତି ପାହିଲା ବେଳକୁ ମାର୍କେଟ ଛକ ବ୍ୟାରିକେଡ୍ ପାଖରେ ଟୋକନ ଧରି ଲାଇନ୍ ଲଗାଇ ସାରିଥିଲେ ସ୍ଥାନୀୟ […]

puri-temple-open-2

puri-temple-open-2

Tapas Behera
  • Published: Saturday, 26 December 2020
  • Updated: 26 December 2020, 09:28 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଖି ମିଶିଲା, ମନ ପୂରିଲା । ଦୀର୍ଘ ୯ ମାସ ହେଲା ଅଭେଦ୍ୟ ପାଚେରି ଭଳି ଛିଡ଼ା ହୋଇଥିବା କରୋନା କଟକଣା ଭାଙ୍ଗିଲା। ରତ୍ନବେଦୀରେ ଭଗବାନଙ୍କ ସହ ଭକ୍ତର ମିଳନ ହେଲା ଖୋଦ୍ ଶ୍ରୀମନ୍ଦିର ପାଖରେ ଥାଇ ବି କାଳିଆ ଦର୍ଶନରୁ ବଞ୍ଚିତ ଯନ୍ତ୍ରଣାରେ ଛଟପଟ ଶ୍ରୀକ୍ଷେତ୍ରବାସୀଙ୍କୁ ସତେ ଯେମିତି  ନିମିଷକରେ ମିଳୁଥିଲା ଉପଶମ। ଆଜି ରାତି ପାହିଲା ବେଳକୁ ମାର୍କେଟ ଛକ ବ୍ୟାରିକେଡ୍ ପାଖରେ ଟୋକନ ଧରି ଲାଇନ୍ ଲଗାଇ ସାରିଥିଲେ ସ୍ଥାନୀୟ ଲୋକେ । ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ବିଭିନ୍ନ ସାହିର ବାସିନ୍ଦା ପ୍ରଶାସନ ପକ୍ଷରୁ ମିଳିଥିବା ଟୋକନ୍ ଓ ନିଜ ପରିଚୟପତ୍ର ଦେଖାଇବା ପରେ ବ୍ୟାରିକେଡରେ  ମିଳିଥିଲା ପ୍ରବେଶ ଅନୁମତି । ଆଜିଠୁ ୬ଦିନ ଧରି ପୁରୀବାସୀଙ୍କ ପାଇଁ ଆରମ୍ଭ ହୋଇଥିବା ଦର୍ଶନର ପ୍ରଥମ ଦିନରେ ୨/୩/୬/୯/୧୧/୧୨ ଓ ୧୫ ନମ୍ବର ଓ୍ୱାର୍ଡବାସୀ  ଜଗା ଦର୍ଶନ ସୁଯୋଗ ପାଇଛନ୍ତି।

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଏସଓପିରେ ଶ୍ରୀକ୍ଷେତ୍ରବାସୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା।  ଏସ୍ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସଙ୍କ ସହ ୨ ଅତିରିକ୍ତ ଏସ୍ପି, ୬ ଡିଏସ୍ପି ଓ ୯ଜଣ ଇନସପେକ୍ଟର ମୁତୟନ ରହିବେ । ୩୧ ଯାଏଁ ପୁରୀବାସୀଙ୍କ ପାଇଁ ୱାର୍ଡ଼ୱାରୀ ଦର୍ଶନ ପରେ ନୂଆବର୍ଷର ପ୍ରଥମ ଦୁଇ ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ତାପରେ ୩ ତାରିଖରୁ ପୁଣି ଆରମ୍ଭ ହେବ ସାଧାରଣ ଭକ୍ତଙ୍କ ଦର୍ଶନ। ଏଥିପାଇଁ ଅବଶ୍ୟ ସେମାନଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ପ୍ରବେଶ ପଥରେ ଦେଖାଇବାକୁ ପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story