ଜଗତସିଂହପୁର: କୃଷିମନ୍ତ୍ରୀଙ୍କୁ ବିରୋଧ ଘଟଣାରେ ଗିରଫ ୭ ଜଣଙ୍କ ଜାମିନ ନାମଞ୍ଜୁର, ପରବର୍ତ୍ତୀ ଶୁଣାଣି ୨୧ରେ

ଜଗତସିଂହପୁର: ଜଗତସିଂହପୁର ବିରିଡ଼ିରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିରୋଧ ପ୍ରଦର୍ଶନ ଅଭିଯୋଗରେ ଗିରଫ ୭ଜଣଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି। ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୧ ତାରିଖରେ ହେବ । ଗତକାଲି କୃଷିମନ୍ତ୍ରୀ ମହାରଥୀଙ୍କୁ ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ ବିରୋଧ କରିଥିଲେ । କୃଷିମନ୍ତ୍ରୀଙ୍କ ଗାଡ଼ି ଆଗରେ ରାସ୍ତା ରୋକିବାକୁ ଯାଇ ବିକ୍ଷୋଭକାରୀମାନେ ଶୋଇ ପଡିଥିଲେ। କୃଷିମନ୍ତ୍ରୀ କଣ୍ଟିଲୋରେ ଏକ ଶିଶୁ ମହୋତ୍ସବରେ ଯୋଗଦେଇ ଫେରୁଥିବା […]

maharathy

Rakesh Mallick
  • Published: Sunday, 15 November 2015
  • , Updated: 16 November 2015, 02:29 AM IST

ଜଗତସିଂହପୁର: ଜଗତସିଂହପୁର ବିରିଡ଼ିରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିରୋଧ ପ୍ରଦର୍ଶନ ଅଭିଯୋଗରେ ଗିରଫ ୭ଜଣଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି। ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୧ ତାରିଖରେ ହେବ ।

ଗତକାଲି କୃଷିମନ୍ତ୍ରୀ ମହାରଥୀଙ୍କୁ ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ ବିରୋଧ କରିଥିଲେ । କୃଷିମନ୍ତ୍ରୀଙ୍କ ଗାଡ଼ି ଆଗରେ ରାସ୍ତା ରୋକିବାକୁ ଯାଇ ବିକ୍ଷୋଭକାରୀମାନେ ଶୋଇ ପଡିଥିଲେ। କୃଷିମନ୍ତ୍ରୀ କଣ୍ଟିଲୋରେ ଏକ ଶିଶୁ ମହୋତ୍ସବରେ ଯୋଗଦେଇ ଫେରୁଥିବା ବେଳେ ବିରିଡି ନିକଟରେ ଏହି ଘଟଣା ଘଟିଥିଲା। ଏହି ସମୟରେ ପୋଲିସ୍ ସହ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରୁ ଘଉଡ଼ାଇବା ସମୟରେ ଜଣେ ଚାଷୀ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ପୋଲିସ ୭ଜଣଙ୍କ ଅଟକ ରଖିଥିଲା । ଆଜି ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା।

Related story