ପୋସ୍କୋ ପାଇଁ ଅଧିଗ୍ରହଣ ଜମିରେ ପାଚେରୀ ନିର୍ମାଣ ଆରମ୍ଭ

ପାରାଦୀପ: ପାରାଦୀପ ଉପକଣ୍ଠରେ ପୋସ୍କୋ ପାଇଁ ଅଧିଗ୍ରହଣ ଜମିରେ ଆଜି ଇଡ୍‌କୋ ପକ୍ଷରୁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ପୋସ୍କୋ ପାଇଁ ପ୍ରାୟ ୧୭,୦୦ ଏକର ଜମି ଇଡ୍‌କୋ ଅଧିଗ୍ରହଣ କରି ଲ୍ୟାଣ୍ଡ୍ ବ୍ୟାଙ୍କରେ ରଖିଥିଲା। ସେଥିରୁ କିଛି ଜମିରେ ସ୍ଥାନୀୟ ଲୋକେ ପୁଣି ପାନବରଜ କାମ ଆରମ୍ଭ କରିଥିଲେ। ଏନେଇ ଜଣାପଡ଼ିବା ପରେ ସରକାର ଅଧିଗୃହୀତ […]

posco

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 10:25 PM IST

ପାରାଦୀପ: ପାରାଦୀପ ଉପକଣ୍ଠରେ ପୋସ୍କୋ ପାଇଁ ଅଧିଗ୍ରହଣ ଜମିରେ ଆଜି ଇଡ୍‌କୋ ପକ୍ଷରୁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା।

ପୋସ୍କୋ ପାଇଁ ପ୍ରାୟ ୧୭,୦୦ ଏକର ଜମି ଇଡ୍‌କୋ ଅଧିଗ୍ରହଣ କରି ଲ୍ୟାଣ୍ଡ୍ ବ୍ୟାଙ୍କରେ ରଖିଥିଲା। ସେଥିରୁ କିଛି ଜମିରେ ସ୍ଥାନୀୟ ଲୋକେ ପୁଣି ପାନବରଜ କାମ ଆରମ୍ଭ କରିଥିଲେ। ଏନେଇ ଜଣାପଡ଼ିବା ପରେ ସରକାର ଅଧିଗୃହୀତ ଜମିରେ ପାଚେରୀ ବୁଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ନୂଆଗାଁ ସୀମାରେ ପାଚେରୀ ନିର୍ମାଣ କାମ ଆରମ୍ଭ ହୋଇଛି।

Related story