ଅଗ୍ନିକାଣ୍ଡରେ ୮ ବଖରା ଘର ପାଉଁଶ; ଜଣେ ମୃତ, ଦୁଇ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ପାଉଁଶ ହୋଇଯାଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚିନ୍ମୟୀ ସାହୁ। ମୃତ ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ପ୍ରଥମେ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ସନ୍ଧ୍ୟାରେ ଚିନ୍ମୟୀ ଧୂପ ଦେଉଥିବା ବେଳେ […]

gharapodi

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 10:15 AM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ପାଉଁଶ ହୋଇଯାଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚିନ୍ମୟୀ ସାହୁ। ମୃତ ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ପ୍ରଥମେ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ସନ୍ଧ୍ୟାରେ ଚିନ୍ମୟୀ ଧୂପ ଦେଉଥିବା ବେଳେ ଚାଳରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ୱାମୀ ଉମାକାନ୍ତ ସାହୁ ଓ ପଡ଼ୋଶୀ ଅନ୍ନପୂର୍ଣ୍ଣା ସାହୁ ଗୁରୁତର ଭାବେ ପୋଡ଼ି ଯାଇଥିଲେ।

ଖବର ପାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ।

Related story