ବିଜେଡି ବିଧାୟକଙ୍କ ବିରୋଧରେ ସେକ୍ସ ରାକେଟ ଅଭିଯୋଗ, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ। ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ବାନ୍ଧବୀ ସେକ୍ସ ରାକେଟ୍ କାରବାର ଚଳାଉଥିବା ଅଭିଯୋଗ ଆଣିଥିବା ବେଳେ ଏହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି।  ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଏହାର ତଦନ୍ତ ପାଇଁ ଚିଠି ଲେଖିଛନ୍ତି ଜଗତସିଂହପୁର ଏସ୍‌ପି  । ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ ଚଳାଇଛନ୍ତି ବୋଲି ଗତ ମାସ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ […]

bijayasankar with girlfriend

bijayasankar with girlfriend

Niharika Rout
  • Published: Thursday, 14 July 2022
  • Updated: 14 July 2022, 11:54 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ। ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ବାନ୍ଧବୀ ସେକ୍ସ ରାକେଟ୍ କାରବାର ଚଳାଉଥିବା ଅଭିଯୋଗ ଆଣିଥିବା ବେଳେ ଏହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି।  ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଏହାର ତଦନ୍ତ ପାଇଁ ଚିଠି ଲେଖିଛନ୍ତି ଜଗତସିଂହପୁର ଏସ୍‌ପି  ।

ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ ଚଳାଇଛନ୍ତି ବୋଲି ଗତ ମାସ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ କରିଥିଲେ । ଏହି ରାକେଟରେ ସେ ନିରୀହ ଯୁବତୀଙ୍କୁ ନିୟୋଜିତ କରୁଥିବା ପରି ସାଂଘାତିକ ଅଭିଯୋଗ କରିଥିଲେ ତାଙ୍କ ବାନ୍ଧବୀ ସୋମାଲିକା । ପୁଲିସ୍‌ ଏହାକୁ ଗମ୍ଭୀରତାର  ସହ ନେଇ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଛି। ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସ୍‌ପି ଏଡିଜି କ୍ରାଇମବ୍ରାଞ୍ଚଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।  ବିଜୟଶଙ୍କର ଜଣେ ବିଧାୟକ ହୋଇଥିବାରୁ ଏ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରିବାକୁ ଅଭିଯୋଗକାରିଣୀ ଦାବି କରିଥିଲେ ବୋଲି ଜଗତସିଂହପୁର ଏସ୍‌ପି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।

ପ୍ରଥମେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ   ଆପୋଷ ଆଲୋଚନା ମଧ୍ୟରେ ଉଭୟ କୋର୍ଟ ମ୍ୟାରେଜ ପାଇଁ ସହମତି ପ୍ରକାଶ କରିଥିଲେ।

ଏହାପରେ ଉଭୟ ସୋମାଲିକା ଓ ବିଜୟ ବିବାହ ପାଇଁ ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ଆବେଦନ କରିଥିଲେ। ଜୁନ ୧୭ ତାରିଖରେ ସୋମାଲିକା ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ପହଞ୍ଚି ବିଜୟଙ୍କୁ ଅପେକ୍ଷା କରିଥିଲେ ବି ବିଜୟ ପହଞ୍ଚି ନ ଥିଲେ। ଏହି ଘଟଣା ପରେ ତାଙ୍କୁ ବିଜୟଶଙ୍କର ଧୋକା ଦେଇଥିବା ଅଭିଯୋଗ କରିଥିଲେ ସୋମାଲିକା  । ପରେ ସେ ସେକ୍ସ ରାକେଟ ଚଳାଉଥିବା ପରି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ କରିଛନ୍ତି ଜଗତସିଂହପୁର ଏସ୍‌ପି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story