କରୋନାମୁକ୍ତ ହେଲା ଜଗତସିଂହପୁର ଜିଲ୍ଲା ଓ ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନାମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲା। ଏଠାରେ ଆଉ କରୋନାର ଗୋଟିଏ ହେଲେ ଆକ୍ଟିଭ୍‌ କେସ୍ ନଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ୩ ଆକ୍ରାନ୍ତଙ୍କ ଡିସ୍‌ଚାର୍ଜ ପରେ ଭୁବନେଶ୍ୱର ଏହି ମହାମାରୀରୁ ମୁକ୍ତି ପାଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ବି ଆକ୍ରାନ୍ତ ହୋଇଥିବା ୫ ଜଣ ଯାକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା […]

coronavirus

Niharika Rout
  • Published: Monday, 18 May 2020
  • , Updated: 18 May 2020, 02:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନାମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲା। ଏଠାରେ ଆଉ କରୋନାର ଗୋଟିଏ ହେଲେ ଆକ୍ଟିଭ୍‌ କେସ୍ ନଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

୩ ଆକ୍ରାନ୍ତଙ୍କ ଡିସ୍‌ଚାର୍ଜ ପରେ ଭୁବନେଶ୍ୱର ଏହି ମହାମାରୀରୁ ମୁକ୍ତି ପାଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ବି ଆକ୍ରାନ୍ତ ହୋଇଥିବା ୫ ଜଣ ଯାକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଗଂଜାମର ସର୍ବାଧିକ ୪୦ ଜଣ ଅଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାର ସମସ୍ତ  ୫ ଆକ୍ରାନ୍ତ , ମୟୂରଭଞ୍ଜର ୪ ଓ ଭୁବନେଶ୍ୱରର ୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ସେମାନଙ୍କ ବ୍ୟତୀତ ବଲାଙ୍ଗିରର ୨ ଜଣ, ସୁନ୍ଦରଗଡ଼, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।

ଜଗତସିଂହପୁରର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ଏନେଇ ଖୋଦ୍‌ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଜଗତସିଂହପୁରରୁ ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସୁରତରୁ ଫେରିଥିବା ବେଳେ ବୃଦ୍ଧଜଣକ କୋଲକତାରୁ ଫେରିଥିଲେ। କୋରନା ଚିହ୍ନଟ ପରେ ସେମାନଙ୍କୁ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୁସ୍ଥ ହୋଇ ସମସ୍ତେ ଘରକୁ ଫେରିବା ପରେ ଜିଲ୍ଲାବାସୀ ବେଶ୍‌ ଖୁସି ଥିବା ଜଣାଯାଇଛି।

Related story