ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଚର୍ଚ୍ଚାରେ ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ଜାଗୃତୀ ଶୁକ୍ଳା। ଏଥର ସେ କାହାର ନାଁ ନନେଇ ଜଣେ ସାଂସଦଙ୍କ ସ୍ତ୍ରୀଙ୍କ ଜାଲିଆତିକୁ ନେଇ ଉଠାଇଛନ୍ତି ଅନେକ ପ୍ରଶ୍ନ। ଏହା ପରେ ସୋଶାଲ ମିଡ଼ିଆ ପ୍ଲାଟ୍ଫର୍ମ ଫେସ୍ବୁକରେ ଆରମ୍ଭ ହୋଇଛି ବିତର୍କ। ଅନେକ ଫଲୋଅର ତାଙ୍କୁ ସମାଲୋଚନା କରିବା ସହିତ ସତର୍କ ରହିବାକୁ ଗୁରୁମନ୍ତ୍ର ଦେଇଛନ୍ତି।
ସୋମବାର ଓଡିଶା ହାଇକୋର୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ରହିତାଦେଶ ଦେଇଥିଲେ। ଏଥିସହ ଜବାବ ରଖିବାକୁ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଓ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ଜାରି କରିଥିଲେ। ଠିକ୍ ଏହାର ପର ଦିନ ଜାଗୃତୀ ଶୁକ୍ଳା ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ।
ଯେଉଁଥିରେ ସେ କାହାରି ନାଁ ନଦେଇ ଲେଖିଥିଲେ, ଜଣେ ସାଂସଦଙ୍କ ସ୍ତ୍ରୀ ମ୍ୟାରେଜ୍ ସାର୍ଟିଫିକେଟ୍, ମ୍ୟାଟ୍ରିକ୍ ସାର୍ଟିଫିକେଟ, ପାସ୍ପୋର୍ଟ, ପାନ୍କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଆଇଟିଆର୍(ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ)ରେ ଭିନ୍ନ ଭିନ୍ନ ନାଁ ଦର୍ଶାଇଛନ୍ତି। ଏପରିକି ତାଙ୍କ ବାପାମାଆଙ୍କ ସାଙ୍ଗିଆ ମଧ୍ୟ ଦୁଇ ପ୍ରକାର ଦେଖାଇଛନ୍ତି। ଏହାକୁ କଣ ଫ୍ରଡ୍ ବୋଲି ଧରାଯିବନି? ଏହାର କଣ ତଦନ୍ତ ହେବା କଥା ନୁହେଁ? ନା ସାଂସଦଙ୍କ ସ୍ତ୍ରୀ ବୋଲି ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବନି। ସେ କଣ ସ୍ପାଉସ୍ ବେନିଫିଟ୍ ପାଇବାକୁ ଯୋଗ୍ୟ?
ଜାଗୃତୀଙ୍କ ଏହି ପୋଷ୍ଟ କାହା ଉଦ୍ଦେଶ୍ୟରେ ଥିଲା, ତାହା ଜଣାପଡ଼ି ନାହିଁ। ତେବେ ନିକଟରେ ସ୍ପାଉସ୍ ମାମଲାରେ ଅନୁଭବଙ୍କୁ ହାଇକୋର୍ଟରୁ ଝଟ୍କା ମିଳିବା ପରେ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ଜାଗ୍ରୁତି ଏପରି ପୋଷ୍ଟ କରିଥିବା ସୋଶାଲ ମିଡ଼ିଆରେ ଚର୍ଚ୍ଚା ହେଉଛି।
ଜାଗୃତୀଙ୍କ ପୋଷ୍ଟରେ ଜଣେ ଯୁବକ ମଜାଦାର କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, ମିସ୍ ଶୁକ୍ଳାଜୀ ଆପଣ ଜାଣିରଖିବା ଉଚିତ୍ ଅନୁଭବଙ୍କ ବ୍ୟକ୍ତିତ୍ୱ ଓ ବ୍ୟକ୍ତିଗତ ଜୀବନ ବହୁତ ଖରାପ। ଏହା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି। ଓଡ଼ିଶା ପରି ପବିତ୍ର ରାଜ୍ୟର ଲୋକମାନେ ଅତି ନିରୀହ। ଆପଣ ଅନୁଭବଙ୍କ ସ୍ତ୍ରୀ ହେବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ ଆପଣ ଅନୁଭବଙ୍କ ପ୍ରେମିକା ଭାବେ ବେଶୀ ଦିନ ତିଷ୍ଠି ପାରିବେନାହିଁ। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆପଣଙ୍କ ଭଳି ଖରାପ ନୁହେଁ। ତେଣୁ ତାଙ୍କ ସ୍ତ୍ରୀ ହେବା ପୂର୍ବରୁ ବହୁବାର ଚିନ୍ତା କରି ଠିକ୍ ଓ ଭୁଲ୍ କଣ ନିଷ୍ପତ୍ତି ନିଅନ୍ତୁ ସେ ଶୁକ୍ଳାଙ୍କୁ ପରାମର୍ଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।