ଜାଇକା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱର ସହରରେ ନର୍ଦ୍ଦମା ପରିଚାଳନା, ବର୍ଷାଜଳ ନିଷ୍କାସନ ନେଇ ଜାଇକା ପ୍ରକଳ୍ପ ଅଧୀନରେ ଆରମ୍ଭ ହୋଇଥିବା କାମର ଅଗ୍ରଗତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ଏହି ପ୍ରକଳ୍ପ ଅଧିନରେ ପାଣ୍ଠି ବିନିଯୋଗ ସାଙ୍ଗକୁ ଏସବୁ କାମର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି କଟକ ଏବଂ ଭୁବନେଶ୍ୱର ମଧ୍ୟରେ ସ୍ୱେରଜ କାମ, ସହରର ଡ୍ରେନେଜ୍‌ ବ୍ୟବସ୍ଥା […]

aditya-padhy

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 10:22 PM IST

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱର ସହରରେ ନର୍ଦ୍ଦମା ପରିଚାଳନା, ବର୍ଷାଜଳ ନିଷ୍କାସନ ନେଇ ଜାଇକା ପ୍ରକଳ୍ପ ଅଧୀନରେ ଆରମ୍ଭ ହୋଇଥିବା କାମର ଅଗ୍ରଗତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ଏହି ପ୍ରକଳ୍ପ ଅଧିନରେ ପାଣ୍ଠି ବିନିଯୋଗ ସାଙ୍ଗକୁ ଏସବୁ କାମର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷ କରି କଟକ ଏବଂ ଭୁବନେଶ୍ୱର ମଧ୍ୟରେ ସ୍ୱେରଜ କାମ, ସହରର ଡ୍ରେନେଜ୍‌ ବ୍ୟବସ୍ଥା ଭୁବନେଶ୍ୱର ମଧ୍ୟରେ ସ୍ୱରେଜ କାମ, ସହରର ଡ୍ରେନେଜ୍‌ ବ୍ୟବସ୍ଥା, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ସ୍ୱରେଜ କାମକୁ ତ୍ୱରାନ୍ୱିତ କରିବା ସହ ୩ଟି ସ୍ୱରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାମର ଅଗ୍ରଗତି ନେଇ ବୈଠକରେ ଆଲୋଚନା ହୋଇଛି। ଏସବୁ ପ୍ରକଳ୍ପର ୪୨ ପ୍ରତିଶତ କାମ ଶେଷ ହୋଇଥିବା ସମୀକ୍ଷା ବୈଠକରେ ଜଣାପଡିଛି। ଆସନ୍ତା ୨୦୧୮ ସୁଦ୍ଧା ଏସବୁ ପ୍ରକଳ୍ପ ନିର୍ମାଣ କାମ ଶେଷ ହେବ। ଏଥିପାଇଁ ମୋଟ ୨,୯୭୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ୨,୩୮୦ କୋଟି ଋଣ ପ୍ରାବଧାନ କରାଯାଇଛି। ସେହିପରି ରାଜ୍ୟ ସରକାର ୫୯୫ କୋଟି ଟଙ୍କା ଏହି ବାବଦକୁ ପ୍ରଦାନ କରିଛନ୍ତି।

Related story