ଆସନ୍ତାକାଲିଠୁ ଆମରଣ ଅନଶନରେ ବସିବେ ଜେଲ୍ କର୍ମଚାରୀ

ଭୁବନେଶ୍ୱର: ଆସନ୍ତାକାଲି ଆମରଣ ଅନଶନକୁ ଓହ୍ଲାଇବେ ରାଜ୍ୟର ବିଭିନ୍ନ ଜେଲ୍‌ର କର୍ମଚାରୀ। ଗ୍ରେଡ୍ ପେ’ ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରି ଶେଷରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛି ଅଲ୍ ଓଡ଼ିଶା ଜେଲ୍ ଏମ୍ପ୍ଲୋଇଜ୍‌ ଆସୋସିଏସନ୍‌। ପୂର୍ବରୁ ଅନେକ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଜେଲ୍ ଏମ୍ପ୍ଲୋଇଜ୍ ଆସୋସିଏସନ୍‌ ଏବେ ଏହି ଗୋଟିଏ ଦାବି ନେଇ ଗତ ୨୦ ତାରିଖରୁ କଳାବ୍ୟାଜ୍ ପିନ୍ଧିଛନ୍ତି। ଏଥିରେ ରାଜ୍ୟର ୯୨ଟି ଜେଲ୍‌ରେ ଥିବା […]

police

Rakesh Mallick
  • Published: Sunday, 23 October 2016
  • , Updated: 23 October 2016, 10:22 AM IST

ଭୁବନେଶ୍ୱର: ଆସନ୍ତାକାଲି ଆମରଣ ଅନଶନକୁ ଓହ୍ଲାଇବେ ରାଜ୍ୟର ବିଭିନ୍ନ ଜେଲ୍‌ର କର୍ମଚାରୀ। ଗ୍ରେଡ୍ ପେ’ ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରି ଶେଷରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛି ଅଲ୍ ଓଡ଼ିଶା ଜେଲ୍ ଏମ୍ପ୍ଲୋଇଜ୍‌ ଆସୋସିଏସନ୍‌।

ପୂର୍ବରୁ ଅନେକ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଜେଲ୍ ଏମ୍ପ୍ଲୋଇଜ୍ ଆସୋସିଏସନ୍‌ ଏବେ ଏହି ଗୋଟିଏ ଦାବି ନେଇ ଗତ ୨୦ ତାରିଖରୁ କଳାବ୍ୟାଜ୍ ପିନ୍ଧିଛନ୍ତି। ଏଥିରେ ରାଜ୍ୟର ୯୨ଟି ଜେଲ୍‌ରେ ଥିବା ପ୍ରାୟ ୧୮୫୦ କର୍ମଚାରୀ ସାମିଲ ହୋଇଛନ୍ତି। ଆଜି ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନ କଲେ ଆସନ୍ତାକାଲିଠୁ ସେମାନେ ସମସ୍ତ ଜେଲ୍ ଆମରଣ ଅନଶନରେ ବସିବେ ବୋଲି ସଂଘ କହିଛି।

Related story