ଲାଞ୍ଚ ନେଇ ଜେଲ୍‌ ଗଲେ ଷ୍ଟେସନ୍‌ ମ୍ୟାନେଜର

କେନ୍ଦୁଝର: ଲାଞ୍ଚ ନେଇ ସିବିଆଇ ଦ୍ୱାରା ଜଣେ ରେଲୱେ ଷ୍ଟେସନ୍‌ ମ୍ୟାନେଜର ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ଜରୋଲି ରେଳ ଷ୍ଟେସନ୍‌ ମ୍ୟାନେଜର ସୁବାସ ଚନ୍ଦ୍ର ଭୁକ୍ତା। ଏକ ପରିବହନ ସଂସ୍ଥାଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱରର ସିବିଆଇ ଟିମ୍‌ ଚଢାଉ କରି ଗିରଫ କରିଥିଲା। ସେ କେଉଁ କମ୍ପାନୀଠାରୁ ଓ କେଉଁ କାମ ପାଇଁ ଲାଞ୍ଚ ନେଉଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ସୁବାସଙ୍କ ସରକାରୀ ବାସଭବନରେ […]

kendujha1

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 12:14 PM IST

କେନ୍ଦୁଝର: ଲାଞ୍ଚ ନେଇ ସିବିଆଇ ଦ୍ୱାରା ଜଣେ ରେଲୱେ ଷ୍ଟେସନ୍‌ ମ୍ୟାନେଜର ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ଜରୋଲି ରେଳ ଷ୍ଟେସନ୍‌ ମ୍ୟାନେଜର ସୁବାସ ଚନ୍ଦ୍ର ଭୁକ୍ତା। ଏକ ପରିବହନ ସଂସ୍ଥାଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱରର ସିବିଆଇ ଟିମ୍‌ ଚଢାଉ କରି ଗିରଫ କରିଥିଲା। ସେ କେଉଁ କମ୍ପାନୀଠାରୁ ଓ କେଉଁ କାମ ପାଇଁ ଲାଞ୍ଚ ନେଉଥିଲେ ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ସୁବାସଙ୍କ ସରକାରୀ ବାସଭବନରେ ଚଢାଉ ବେଳେ ୪ ଲକ୍ଷ ୫୦ ହଜାର ଟଙ୍କାର ନୂଆ ନୋଟ୍‌ ମିଳିଛି। ସିବିଆଇ ଟିମ୍‌ ସୁବାସଙ୍କ ପୈତୃକ ବାସଭବନ ଓ ବିଶାଖାପାଟଣାରେ ମଧ୍ୟ ଚଢାଉ କରିଥିବା ସୂଚନା ମିଳିଛି।

Related story