ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ ଆରମ୍ଭ

ଭୁବନେଶ୍ୱର: ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେ ଆଜିଠାରୁ ଜେଲ୍ କର୍ମଚାରୀମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ରାଜ୍ୟରେ ଥିବା ୯୨ଟି ଜେଲ୍ ସମ୍ମୁଖରେ ଅନଶନ କରୁଛନ୍ତି ଏହି କର୍ମଚାରୀମାନେ। ଏଥିରେ ପ୍ରାୟ ୧୮୦୦ କର୍ମଚାରୀ ସାମିଲ ହୋଇଛନ୍ତି। ଜେଲ୍‌ରେ କାମ କରୁଥିବା ୱାର୍ଡର, ହେଡ୍ ୱାର୍ଡର ଓ ଚିଫ୍ ୱାର୍ଡରମାନଙ୍କୁ ପୋଲିସ୍ ବିଭାଗରେ କାମ କରୁଥିବା କନଷ୍ଟେବଳ, ହାବିଲଦାର ଓ ହାବିଲଦାର ମେଜରଙ୍କ ସହିତ ସମାନ ଗ୍ରେଡ୍ ପେ ଦାବି କରିଛି ଜେଲ୍ କର୍ମଚାରୀ ସଂଘ। ଏନେଇ […]

unnamed

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 05:07 PM IST

ଭୁବନେଶ୍ୱର: ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେ ଆଜିଠାରୁ ଜେଲ୍ କର୍ମଚାରୀମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ରାଜ୍ୟରେ ଥିବା ୯୨ଟି ଜେଲ୍ ସମ୍ମୁଖରେ ଅନଶନ କରୁଛନ୍ତି ଏହି କର୍ମଚାରୀମାନେ। ଏଥିରେ ପ୍ରାୟ ୧୮୦୦ କର୍ମଚାରୀ ସାମିଲ ହୋଇଛନ୍ତି।

ଜେଲ୍‌ରେ କାମ କରୁଥିବା ୱାର୍ଡର, ହେଡ୍ ୱାର୍ଡର ଓ ଚିଫ୍ ୱାର୍ଡରମାନଙ୍କୁ ପୋଲିସ୍ ବିଭାଗରେ କାମ କରୁଥିବା କନଷ୍ଟେବଳ, ହାବିଲଦାର ଓ ହାବିଲଦାର ମେଜରଙ୍କ ସହିତ ସମାନ ଗ୍ରେଡ୍ ପେ ଦାବି କରିଛି ଜେଲ୍ କର୍ମଚାରୀ ସଂଘ। ଏନେଇ ଗତ ୨୦ ତାରିଖରୁ ଜେଲ୍ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ସରକାର କୌଣସି ପଦକ୍ଷେପ ନ ନେବାରୁ ଆଜିଠାରୁ ସଂଘ ଆମରଣ ଅନଶନ କରୁଛି।

Related story