ଜେଲ୍‌ରୁ ବାହାରିଲେ ଦାରୁଠେଙ୍ଗ ସରପଞ୍ଚ ପ୍ରଶାନ୍ତ ରାଉତରାୟ

ଭୁବନେଶ୍ୱର: ଭୁଆସୁଣୀ ଡମ୍ପିଂୟାର୍ଡ ଓ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟକୁ ବିରୋଧ କରି  ଗିରଫ ହୋଇଥିବା ଦାରୁଠେଙ୍ଗ ସରପଞ୍ଚ ପ୍ରଶାନ୍ତ ରାଉତରାୟ ଆଜି ଝାରପଡ଼ା ଜେଲ୍‌ରୁ ବାହାରିଛନ୍ତି। ୨୨ ଦିନ ଧରି ସେ ଝାରପଡ଼ା ଜେଲ୍‌ରେ ଥିଲେ।  ଜେଲ୍‌ରୁ ମୁକୁଳିବା ପରେ ଦାରୁଠେଙ୍ଗ ଗାଁ ଲୋକେ ତାଙ୍କୁ ସ୍ୱାଗତ କରିଛନ୍ତି। ପ୍ରଶାନ୍ତ କହିଛନ୍ତି ଭୁଆସୁଣୀ ଡମ୍ପିଂୟାର୍ଡ ଓ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ସ୍ଥାନାନ୍ତର ହେଲା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିବ। ଗତକାଲି ଖୋର୍ଦ୍ଧା ସେସନ୍‌ସ କୋର୍ଟ ୨୦ ହଜାର ଟଙ୍କା […]

daruthnga

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 03:10 PM IST

ଭୁବନେଶ୍ୱର: ଭୁଆସୁଣୀ ଡମ୍ପିଂୟାର୍ଡ ଓ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟକୁ ବିରୋଧ କରି  ଗିରଫ ହୋଇଥିବା ଦାରୁଠେଙ୍ଗ ସରପଞ୍ଚ ପ୍ରଶାନ୍ତ ରାଉତରାୟ ଆଜି ଝାରପଡ଼ା ଜେଲ୍‌ରୁ ବାହାରିଛନ୍ତି। ୨୨ ଦିନ ଧରି ସେ ଝାରପଡ଼ା ଜେଲ୍‌ରେ ଥିଲେ।  ଜେଲ୍‌ରୁ ମୁକୁଳିବା ପରେ ଦାରୁଠେଙ୍ଗ ଗାଁ ଲୋକେ ତାଙ୍କୁ ସ୍ୱାଗତ କରିଛନ୍ତି।

ପ୍ରଶାନ୍ତ କହିଛନ୍ତି ଭୁଆସୁଣୀ ଡମ୍ପିଂୟାର୍ଡ ଓ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ସ୍ଥାନାନ୍ତର ହେଲା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିବ।

ଗତକାଲି ଖୋର୍ଦ୍ଧା ସେସନ୍‌ସ କୋର୍ଟ ୨୦ ହଜାର ଟଙ୍କା ଓ ଜଣେ ଜାମିନ୍‌ଦାର ବଦଳରେ ତାଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ।

ଗତ ୩୦ ତାରିଖରେ  ତାଙ୍କୁ କମିଶନରେଟ୍‌ ପୋଲିସ୍‌ ଗିରଫ କରିଥିଲା।

Related story