ଦାଦନଶ୍ରମିକଙ୍କ କିଡ୍‌ନୀ ଚୋରି ମାମଲା,ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଇର୍ମା

ମାଲକାନଗିରି: ମାଲକାନ୍‌ଗିରି ଚିଟାଙ୍ଗ ଗାଁରୁ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଜଣେ ଆଦିବାସୀ ଯୁବକ କିଡନୀ ଚୋରିର ଶିକାର ହୋଇଥିବା ଖବର ଗତକାଲି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସୋମବାର ଗାଁରେ ପହଞ୍ଚିଥିଲେ ପୋଲିସ ଓ ଶ୍ରମ ବିଭାଗର ଏକ ଟିମ୍। କିଡ୍‌ନୀ ଚୋରିର ଶିକାର ହୋଇଥିବା ଇର୍ମା ଓ ତାଙ୍କ ପରିବାରକୁ ଏସମ୍ପର୍କରେ ପଚାରି ବୁଝିଥିଲେ। ଏହା ପରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଇର୍ମାଙ୍କ ସହ ପରିବାର। ଜିଲ୍ଲାପାଳଙ୍କୁ ଇର୍ମାକୁ ଏ ସମ୍ପର୍କରେ ପଚାରି […]

irma madkami

Rakesh Mallick
  • Published: Monday, 28 March 2016
  • , Updated: 29 March 2016, 03:55 AM IST

ମାଲକାନଗିରି: ମାଲକାନ୍‌ଗିରି ଚିଟାଙ୍ଗ ଗାଁରୁ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଜଣେ ଆଦିବାସୀ ଯୁବକ କିଡନୀ ଚୋରିର ଶିକାର ହୋଇଥିବା ଖବର ଗତକାଲି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସୋମବାର ଗାଁରେ ପହଞ୍ଚିଥିଲେ ପୋଲିସ ଓ ଶ୍ରମ ବିଭାଗର ଏକ ଟିମ୍। କିଡ୍‌ନୀ ଚୋରିର ଶିକାର ହୋଇଥିବା ଇର୍ମା ଓ ତାଙ୍କ ପରିବାରକୁ ଏସମ୍ପର୍କରେ ପଚାରି ବୁଝିଥିଲେ। ଏହା ପରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଇର୍ମାଙ୍କ ସହ ପରିବାର। ଜିଲ୍ଲାପାଳଙ୍କୁ ଇର୍ମାକୁ ଏ ସମ୍ପର୍କରେ ପଚାରି ବୁଝିବା ପରେ ସିଡିଏମଓଙ୍କୁ କହି ସଦର ମହକୁମା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଦେଇଛନ୍ତି।

ଏନେଇ ମାଲକାନ୍‌ଗିରି ଶ୍ରମ ଅଧିକାରୀ ଲଖନ୍‌ ବେହେରା କହିଛନ୍ତି,“କିଡ୍‌ନୀ ଚୋରି ଘଟଣା ଶ୍ରମ ଅଧିକାରୀଙ୍କ କାର୍ଯ୍ୟ ପରିସର ମଧ୍ୟରେ ଆସୁନାହିଁ। ଆମର କେବଳ ଜାଣିବା କଥା ଯେ, ଇର୍ମା ଦାଦନ ଖଟିବାକୁ ଯାଇଥିଲା କି ନାହିଁ। ଡାକ୍ତରୀ ପରୀକ୍ଷା ପରେ କିଡ୍‌ନୀ ଚୋରି ହୋଇଛି ନାଁ ଆଉ କଣ ହୋଇଛି ତାହାର ପ୍ରକୃତ ତଥ୍ୟ ଜଣା ପଡିବ। ପୋଲିସ ମଧ୍ୟ ଏହି ଘଟଣା କିପରି ଘଟିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ରହିଛନ୍ତି ତାହାର ତଦନ୍ତ ଜାରି ରଖିଛି।”

Related story