ଯାଜପୁର: ନୂତନ କୋର୍ଟ ଗୃହ ଉଦଘାଟିତ

ଯାଜପୁର: ଚଣ୍ଡିଖୋଲଠାରେ ଜେଏ.ଏଫ‌୍‍ସିଙ୍କ ନୂତନ କୋର୍ଟ ଗୃହ ହାଇକୋର୍ଟର ବିଚାରପତି ଜଷ୍ଟିସ‌୍‍ ଶତୃଘ୍ନ ପୂଜାରୀଙ୍କ ଦ୍ୱାରା ଉଦ‌୍‍ଘାଟିତ । ଉଦଘାଟନୀ ଉତ୍ସବରେ ଯାଜପୁର ଜିଲା ଓ ଦୌରାଜଜ‌୍‍ ଜୀବନ ବଲ୍ଲବ ଦାସ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଓଡିଶା ବାର କାଉନସିଲ ଚେୟାରମ୍ୟାନ‌୍‍ ମାନସ ରଞ୍ଜନ ମହାପାତ୍ର, ପୂର୍ବତନ ଚେୟାରମ୍ୟାନ‌୍‍ ଗୋପାଳକୃଷ୍ଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଚଣ୍ଡିଖୋଲ କୋର୍ଟ ବାର ଆସୋସିଏଶନ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲାରେ ଥିବା ସମସ୍ତ ଓକିଲ ସଂଘ କର୍ମକର୍ତ୍ତା ଯୋଗଦେଇଥିଲେ ।