ଯାଜପୁରରୁ ଚୋରି କରୁଥିଲେ, ପୁରୀ ଜିଲ୍ଲାରେ ବିକ୍ରି କରୁଥିଲେ

ଯାଜପୁର(ଗୁଲାମ ଗସ୍‌): ଶିଳ୍ପ ସମ୍ପୃଦ୍ଧ ଯାଜପୁର ଜିଲ୍ଲାରୁ ଚୋରି ହେଉଥିଲା ଟ୍ରକ୍‌। ଆଉ ଟ୍ରକ୍‌କୁ ପୁରୀ ଜିଲ୍ଲାର କବାଡ଼ିଆଙ୍କୁ ବିକ୍ରି କରାଯାଉଥିଲା। କବାଡିଆମାନେ ଟ୍ରକ୍‌ର ଯନ୍ତ୍ରଂଶ କାଟି ବିକ୍ରି କରିଦେଉଥିଲେ। ଆଜି ଏପରି ଏକ ଗ୍ୟାଙ୍ଗକୁ ଧରି ଯାଜପୁର ପୁଲିସ୍‌। ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌। ଏଥିସହ ଦୁଇ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୁଲିସ୍‌। ଯାଜପୁର ଜିଲ୍ଲା ଧର୍ମଶାଳା, ଜେନାପୁର,କୁଆଖିଆ ଓ ଯାଜପୁର ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ […]

Jajpur

Jajpur

Manoranjan Sial
  • Published: Wednesday, 19 October 2022
  • Updated: 19 October 2022, 09:03 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ଶିଳ୍ପ ସମ୍ପୃଦ୍ଧ ଯାଜପୁର ଜିଲ୍ଲାରୁ ଚୋରି ହେଉଥିଲା ଟ୍ରକ୍‌। ଆଉ ଟ୍ରକ୍‌କୁ ପୁରୀ ଜିଲ୍ଲାର କବାଡ଼ିଆଙ୍କୁ ବିକ୍ରି କରାଯାଉଥିଲା। କବାଡିଆମାନେ ଟ୍ରକ୍‌ର ଯନ୍ତ୍ରଂଶ କାଟି ବିକ୍ରି କରିଦେଉଥିଲେ। ଆଜି ଏପରି ଏକ ଗ୍ୟାଙ୍ଗକୁ ଧରି ଯାଜପୁର ପୁଲିସ୍‌। ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌। ଏଥିସହ ଦୁଇ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୁଲିସ୍‌।

ଯାଜପୁର ଜିଲ୍ଲା ଧର୍ମଶାଳା, ଜେନାପୁର,କୁଆଖିଆ ଓ ଯାଜପୁର ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ଟ୍ରକ୍‌ ଚୋରି ହୋଇଥିଲା। ଏନେଇ ଟ୍ରକ୍‌ ମାଲିକମାନେ ଥାନାରେ ଲିଖିତ ଅଭିଯୋଗ କରୁଥିଲେ। ବାରମ୍ୱାର ଟ୍ରକ୍‌ ଚୋରି ହେଉଥିବାରୁ ଘଟଣାର ତଦନ୍ତ ପାଇଁ ଯାଜପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା।

ଆଜି ଟ୍ରକ୍‌ ଚୋରି ମାମାଲାରେ ପୁଲିସ୍‌ ଧର୍ମଶାଳା ଥାନା ଅଂଚଳର ସତ୍ୟପ୍ରକାଶ ଡୋରା, ସତ୍ୟରଞ୍ଜନ ଡୋରା,ଦୀପକ ଦେଉରୀ ଓ ଶ୍ରୀନିବାସ ଡୋରାଙ୍କୁ ଗିରଫ କରିଥିଲା। ଏମାନେ ବିଭିନ୍ନ ଅଞ୍ଚଳରୁ ଟ୍ରକ୍‌ ଚୋରି କରି ପୁରୀ ଜିଲ୍ଲା ଗୋପ, ଅସ୍ତରଙ୍ଗ ଓ ବନମାଳିପୁର ଅଞ୍ଚଳର କାବାଡିଆକୁ ବିକ୍ରି କରି ଦେଉଥିଲେ। କାବାଡିଆ ସେହି ଟ୍ରକ୍‌ ଗୁଡିକୁ କାଟି ତା’ର ଯନ୍ତ୍ରଂଶ ଗୁଡିକୁ ବିକ୍ରି କରିଦେଉଥିଲା। ଏହି ଘଟଣାରେ ପୁଲିସ ଚୋରାରେ ଟ୍ରକ୍‌ କିଣୁଥିବା ପୁରୀ ଅସ୍ତରଙ୍ଗ ଅଞ୍ଚଳର ସୂର୍ଯ୍ୟକାନ୍ତ ଡୋରା, ଗୋପ ଅଞ୍ଚଳର ରିୟାଜୁଲ ହକ, ବନମାଳିପୁର ଅଞ୍ଚଳର ସୁନୀଲ ମାଣିକ ଓ ଏହି ଚୋରା ବ୍ୟବସାୟରେ ଦଲାଲି କରିଥିବା ପୁରୀ ନିମାପଡା ଅଞ୍ଚଳର ମନୋରଞ୍ଜନ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଟ୍ରକ ଚୋରି ଘଟଣାରେ ପୁଲିସ୍‌ ୮ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ହୋଇଥିବା ଗୋଟିଏ ୧୦ ଚକିଆ ଟ୍ରକ୍‌, ଚୋରିରେ ବ୍ୟବହୃତ ଏକ କାର, ବାଇକ ଓ ୨ ଲକ୍ଷ ୩ ହଜାର ଟଙ୍କା ଜବତ କରିଛି। ଏହି ଘଟଣାର ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos