ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ ହେଲେ କନ୍‌ଷ୍ଟେବଲ୍‌

ଯାଜପୁର(ଓଡିଶା ରିପୋର୍ଟର): ଯାଜପୁର ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଧର୍ମଶାଳା ଥାନାରେ କାର୍ଯ୍ୟରତ କନ୍‌ଷ୍ଟେବଲ ସନ୍ତୋଷ ବାରିକଙ୍କୁ ଗିରଫ କରିଛି ପୁଲିସ। କନ୍‌ଷ୍ଟେବଲ ସନ୍ତୋଷ ବାରିକ ହେଉଛନ୍ତି ଅଭିଯୁକ୍ତ ପିଣ୍ଟୁର ଭିଣୋଇ। ତାଙ୍କ ମୋବାଇଲ ଫୋନ୍‌ରୁ ଧମକପୂର୍ଣ୍ଣ କଲ୍ ଯାଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ନାବାଳିକାକୁ ଘରେ ଲୁଚାଇଥିବା ଅଭିଯୋଗରେ ପିଣ୍ଟୁର ମାଉସୀ ଗିରଫ ହୋଇଛନ୍ତି। ପିଣ୍ଟୁର ମିଲତ ନଗରରରେ ଥିବା ୨ ଜଣ ସାଙ୍ଗଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। […]

rape-2

Manoranjan Sial
  • Published: Friday, 24 January 2020
  • , Updated: 24 January 2020, 03:25 PM IST

ଯାଜପୁର(ଓଡିଶା ରିପୋର୍ଟର): ଯାଜପୁର ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଧର୍ମଶାଳା ଥାନାରେ କାର୍ଯ୍ୟରତ କନ୍‌ଷ୍ଟେବଲ ସନ୍ତୋଷ ବାରିକଙ୍କୁ ଗିରଫ କରିଛି ପୁଲିସ। କନ୍‌ଷ୍ଟେବଲ ସନ୍ତୋଷ ବାରିକ ହେଉଛନ୍ତି ଅଭିଯୁକ୍ତ ପିଣ୍ଟୁର ଭିଣୋଇ। ତାଙ୍କ ମୋବାଇଲ ଫୋନ୍‌ରୁ ଧମକପୂର୍ଣ୍ଣ କଲ୍ ଯାଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ନାବାଳିକାକୁ ଘରେ ଲୁଚାଇଥିବା ଅଭିଯୋଗରେ ପିଣ୍ଟୁର ମାଉସୀ ଗିରଫ ହୋଇଛନ୍ତି। ପିଣ୍ଟୁର ମିଲତ ନଗରରରେ ଥିବା ୨ ଜଣ ସାଙ୍ଗଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ଗତ ୧୪ ତାରିଖ ରାତି ପ୍ରାୟ ୩ଟା ବେଳେ ବନ୍ଧୁକ ମୁନରେ ନାବାଳିକାକୁ ଜୋର ଜବରଦସ୍ତ ଅପହରଣ କରିନେଲେ ଦୁଇ ଯୁବକ। ଏମାନେ ହେଲେ ଧର୍ମଶାଳା ମିଲତନଗରର ପିଣ୍ଟୁ ଓ ମିଟୁ। ପ୍ରତିବାଦ କରିବାରୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ନିଖୋଜ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ଏପଟେ ଅଜଣା ସ୍ଥାନକୁ ନେଇ ମିଠାରେ ନିଶା ଦେଇ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ। ତିନି ଦିନରେ ତିନିଟି ଭିନ୍ନ ଭିନ୍ନ ସ୍ଥାନରେ ରଖି ଇଜ୍ଜତ ଲୁଟିବା ସହ ଶାରୀରିକ ନିର୍ଯାତନା ଦେଇଥିବା ପୀଡ଼ିତା କହିଛନ୍ତି।

ତେବେ ୧୮ ତାରିଖ ଅପରାହ୍ନ ୪ ଟା ବେଳେ ଯାଜପୁରର ବାରବାଟି ନିକଟରେ ଜାତୀୟ ରାଜପଥ କଡ଼ରେ ଅଭିଯୁକ୍ତମାନେ ଅଚେତ ନାବାଳିକାକୁ ଫୋପାଡି ଦେଇଥିଲେ। ଏପରିକି ଝିଅକୁ ନେଇଯିବା ପାଇଁ ପରିବାରକୁ ଫୋନ ମଧ୍ୟ କରିଥିଲେ। ଘଟଣାର ୪ ଦିନ ପରେ ପୁଲିସ ଅଭିଯୁକ୍ତ ପିଣ୍ଟୁ ସମେତ ତାର ଭାଇ ଓ ଦୁଇ ଭଉଣୀଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ସଂପର୍କୀୟ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି।

Related story