ରାକେଶ କାହା ପାଇଁ କରିଥିଲା ୧୦୮ ନଡ଼ିଆ ମାନସିକ ?

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ପ୍ରେମିକ ରାକେଶ ସ୍ୱାଇଁ କାହିଁକି ୧୦୮ ନଡ଼ିଆ ମାନସିକ କରିଥିଲା? କାହା ପାଇଁ ସେ ପୂଜା କରିଥିଲା? ଏହାର ଖିଅ ଖୋଜିବା ପାଇଁ ଆଜି ଯାଜପୁର SDPO ଚିନ୍ମୟ ନାୟକ ଓ କୁଆଖିଆ ପୁଲିସର ଏକ ଟିମ୍‌ ଝରାଫୁଲଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲା ବୃନ୍ଦେଇପୋଷି ଗାଁକୁ ଯାଇଥିଲେ। ପୁଲିସ ଝରାଫୁଲଙ୍କ ବାପା, ମାଆ ଓ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ପ୍ରଶ୍ନ ପଚାରିଥିଲା। ହେଲେ ଝରାଫୁଲଙ୍କ ବାପା-ମାଆଙ୍କ […]

jharaphula-naya

Manoranjan Sial
  • Published: Saturday, 13 February 2021
  • , Updated: 13 February 2021, 11:01 PM IST

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ପ୍ରେମିକ ରାକେଶ ସ୍ୱାଇଁ କାହିଁକି ୧୦୮ ନଡ଼ିଆ ମାନସିକ କରିଥିଲା? କାହା ପାଇଁ ସେ ପୂଜା କରିଥିଲା? ଏହାର ଖିଅ ଖୋଜିବା ପାଇଁ ଆଜି ଯାଜପୁର SDPO ଚିନ୍ମୟ ନାୟକ ଓ କୁଆଖିଆ ପୁଲିସର ଏକ ଟିମ୍‌ ଝରାଫୁଲଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲା ବୃନ୍ଦେଇପୋଷି ଗାଁକୁ ଯାଇଥିଲେ। ପୁଲିସ ଝରାଫୁଲଙ୍କ ବାପା, ମାଆ ଓ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ପ୍ରଶ୍ନ ପଚାରିଥିଲା। ହେଲେ ଝରାଫୁଲଙ୍କ ବାପା-ମାଆଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇପାରିନନଥିଲା ପୁଲିସ। ପରେ ପୁଲିସ ବୃନ୍ଦେଇପୋଷି ଗାଁରେ ରାକେଶ ରହୁଥିବା ରାମଚନ୍ଦ୍ର ନାୟକଙ୍କ ଘରକୁ ଯାଇଥିଲା। ସେଠାରେ ତାଙ୍କୁ ଝରାଫୁଲଙ୍କ ସମ୍ପର୍କରେ ବହୁ ପ୍ରଶ୍ନ ପଚାରିଥିଲା ପୁଲିସ।

ରାମଚନ୍ଦ୍ର ନାୟକଙ୍କୁ ପଚାରି ସାରିବା ପରେ ପୁଲିସ ରାକେଶ ପାଇଁ ମାନସିକ ପୂଜା କରିଥିବା ସୁଷମା ନାୟକଙ୍କୁ ପଚାରିଥିଲା। ଆଉ ତା’ପରେ ସୁଷମା ପୁଲିସ ସମ୍ମୁଖରେ ବଖାଣି ଥିଲେ ପୂରା ଘଟଣା। ସେତେବେଳେ ରାକେଶ କହିଥିବା କଥାକୁ ଆଜି ସୁଷମା ପୁଲିସ ଆଗରେ କହିଥିଲେ। ତାଙ୍କ କହିବା ଅନୁସାରେ, ଗତବର୍ଷ ହୋଲିରେ ଭୁବନେଶ୍ୱରରେ ହୋଇଥିବା ଏକ ହତ୍ୟାକାଣ୍ଡରେ ରାକେଶ ସ୍ୱାଇଁ ସମ୍ପୃକ୍ତ ଥିଲେ। ଯେଉଁଥିପାଇଁ ରାକେଶଙ୍କର ତାଙ୍କ ପରିବାର ଲୋକଙ୍କ ସହିତ ପଡ଼ୁନଥିଲା। ସେଥିପାଇଁ ରାକେଶ ବୃନ୍ଦେଇପୋଷିରେ ଚାଲିଥିବା ଲିପ୍ଟ ଇରିଗେସନ୍‌ କାମ କରିବାକୁ ଚାଲିଥିଲେ। ଏଠାରେ ସେ ଆତ୍ମଗୋପାନ କରିଥିଲା। ସେଠାରେ ସେ ରାମଚନ୍ଦ୍ର ନାୟକଙ୍କ ଘରେ ଭଡ଼ାରେ ରହୁଥିଲେ। ପରିବାର ଲୋକଙ୍କ ସହିତ ଭଲ ସମ୍ପର୍କ ଫେରିପାଇବା ପାଇଁ ରାକେଶ ୧୦୮ ନଡ଼ିଆ ମାନସିକ କରିଥିଲା। ଆଉ ସେହି ପୂଜା ସୁଷମା ନାୟକ କରିଥିଲେ ବୋଲି ଆଜି ସେ ପୁଲିସକୁ କହିଛନ୍ତି।

ଅଭିଯୋଗରୁ ପ୍ରକାଶ, କରୋନା ପାଇଁ ଦିଆଯାଇଥିବା ଶର୍ଟଡାଉନ୍ ଓ ଲକ୍‌ଡାଉନ୍‌ ଯୋଗୁ କଲେଜ ବନ୍ଦ ରହିଥିଲା। ସେଥିପାଇଁ ଝରାଫୁଲ ଗାଁକୁ ପଳାଇ ଯାଇଥିଲେ। ସେହି ସମୟରେ ରାକେଶ ବୃନ୍ଦେଇପୋଷି ଗାଁରେ କାମ କରୁଥିଲେ। ସେହି ସମୟରେ ଝରାଫୁଲଙ୍କ ସଂସ୍ପର୍ଶରେ ଆସିଥିଲେ ରାକେଶ। ଆଉ ତା’ପରେ ଫୋନ୍‌ରେ କଥାବାର୍ତ୍ତା ଓ ଭାବ ଦିଆନିଆ ହୋଇଥିବା ଜଣାପଡ଼ିଥିଲା। ଝରାଫୁଲଙ୍କ ପରିବାର ଲୋକେ ଏକଥା ଜାଣିବା ପରେ ତାଙ୍କୁ ତାଗିଦ କରିଥିଲେ। ଏପରିକି ଝରାଫୁଲଙ୍କୁ ନେଇ ତାଙ୍କ ମାମୁ ଘରେ ଛାଡ଼ି ଦେଇଥିଲେ।

ଗତ ୨୫ ତାରିଖରେ ଝରାଫୁଲଙ୍କ ଧରମବାପା ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ସେ ଗାଁକୁ ଭୁବନେଶ୍ୱର ଆସିଥିଲେ। ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ଏମିତିକି  ତାଙ୍କ ଭାଇ ମଧ୍ୟ ଝରାଫୁଲଙ୍କ ପାଖକୁ ବାରମ୍ବାର ଫୋନ୍ କରିଥିଲେ। ସେ ଫୋନ୍ ନ ଉଠାଇବାରୁ ହ୍ୱାଟସ୍‌ଆପ୍‌ରେ ମେସେଜ୍ କରିଥିଲେ। ରାକେଶ, ସୋନାଲୀ ନାଁରେ ମୋବାଇଲ୍‌ରେ ଚାଟିଂ କରିଥିଲେ। ୨୬ ତାରିଖରେ ଝରାଫୁଲ ବାଣୀବିହାର ଷ୍ଟପେଜରେ ବସରୁ ଓହ୍ଲାଇ ଚାଲି ଚାଲି ରୂପିଲି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଉଭୟ ସ୍କୁଟିରେ ଭୁବନେଶ୍ୱରରେ ବୁଲାବୁଲି କରିବା ପରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବିରିଆନି ଖାଇଥିଲେ। ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁରରୁ ମିଳିଥିଲା। ଏହି ଘଟଣାରେ ପୁଲିସ ରାକେଶ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story