ଯାଜପୁର: ବରୀ ବ୍ଲକରେ ବିଭିନ୍ନ ଯୋଜନାରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି । ଏପରି ଅନିୟମିତତାର ପ୍ରତିବାଦ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ହୋଇଥିବା ଏହି ଧାରଣାରେ ବିଭିନ୍ନ ପଞ୍ଚାୟତର ଶତାଧିକ ଲୋକେ ସାମିଲ ହୋଇଥିଲେ । ଇନ୍ଦିରା ଆବାସ, ବିଜୁ ପକ୍କା ଘର, କଣ୍ଟ୍ରୋଲ ସାମଗ୍ରୀ, କୃଷି ଯନ୍ତ୍ରପାତି, ଚାଷୀଙ୍କ ନିମନ୍ତେ ଆସୁଥିବା ଔଷଧ, ସାର, ବିହନ, ଗର୍ଭବତୀ ଓ ଶିଶୁଙ୍କ ପାଇଁ ଆସୁଥିବା ଛତୁଆ ଆଦି ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରାଯାଇଥିଲା । ଏହାର ବିଚାର ବିଭାଗୀୟ ତଦନ୍ତ କରାଯିବା ସହ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।