ଜାଲନୋଟ କାରବାରରେ ୩ ଗିରଫ

ବରଗଡ଼: ବରଗଡ଼ରୁ ଦୁଇ ହଜାର ଟଙ୍କିଆ ଜାଲ ନୋଟ୍ କାରବାରର ପର୍ଦ୍ଦାଫାସ କରିଛି ପୋଲିସ୍ । ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ସାହୁ, ସୁଦାମ ଦନଶନା ଏବଂ ଆଦିତ୍ୟ ବାଗ। ଷ୍ଟେଟ୍‌ ବ୍ୟାଙ୍କରେ ମନୋଜ ୯ଟି ଦୁଇ ହଜାର ଟଙ୍କିଆ ନୋଟ ଜମା କରିବା ସମୟରେ ବ୍ୟାଙ୍କ କର୍ମଚାରୀ ତାହା ଜାଲ ବୋଲି ସନ୍ଦେହ କରି ଟାଉନ ଥାନାକୁ  ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମନୋଜ […]

baragrah

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 07:44 AM IST

ବରଗଡ଼: ବରଗଡ଼ରୁ ଦୁଇ ହଜାର ଟଙ୍କିଆ ଜାଲ ନୋଟ୍ କାରବାରର ପର୍ଦ୍ଦାଫାସ କରିଛି ପୋଲିସ୍ । ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ସାହୁ, ସୁଦାମ ଦନଶନା ଏବଂ ଆଦିତ୍ୟ ବାଗ।

ଷ୍ଟେଟ୍‌ ବ୍ୟାଙ୍କରେ ମନୋଜ ୯ଟି ଦୁଇ ହଜାର ଟଙ୍କିଆ ନୋଟ ଜମା କରିବା ସମୟରେ ବ୍ୟାଙ୍କ କର୍ମଚାରୀ ତାହା ଜାଲ ବୋଲି ସନ୍ଦେହ କରି ଟାଉନ ଥାନାକୁ  ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମନୋଜ ଓ ତାଙ୍କ ଦୁଇ ସହଯୋଗୀକୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି।

Related story