ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଡାଏ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଆଜି ସକାଳ ୬ଟା ସୁଧା ୬.୫୧ ମିଟର ରହିଛି।
ଏହା ଫଳରେ ବସ୍ତା ବ୍ଲକ୍ର ମଥାନି, ବାହାର୍ଦ, ଦଧହଂସା, ଗଡ଼ପଦା, ରାଉତପଡ଼ା, ବରୁଣଗଡ଼ିଆ, ଚକୁରାଇ, ଦରଡ଼ା, ସଦର ବ୍ଳକ୍ର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତ ପ୍ରଭାବିତ ହୋଇଛି।
ସେହିପରି ବସ୍ତା-ବାଲିଆପାଳର ଲାଇଫଲାଇନ୍ କୁହାଯାଉଥିବା ପେଜାଗଳା ଚଟାଣରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ୨ରୁ ୩ ଫୁଟ୍ ଉପରେ ଜଳ ପ୍ରବାହିତ ହେଉଛି। ବାଲିଆପାଳ ବ୍ଲକ୍ ଜଗତିପୁର ପଞ୍ଚାୟତର ରାଣିଖୁଡ଼ି ଗ୍ରାମର ଏକ ଘର ଭାଙ୍ଗି ଯାଇଛି।
ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ନଦୀ ବାରୁଣୀ ବ୍ରିଜ୍ଠାରେ ବିପଦ ସଙ୍କେତ ପାର କରିଛି। ଏଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଜଳସ୍ତର ୮.୧୬ ମିଟର ରହିଛି। ସୋନ ଓ ଗଙ୍ଗାହାର ନଦୀରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇଛି। ସୁନେଇ ଓ କାଳ ଡ୍ୟାମ୍ର ୨ଟି ଲେଖାଏ ଗେଟ୍ ଖୋଲା ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୭ ଓ ୨୮ତାରିଖ ‘ଉତ୍କର୍ଷ ଓଡ଼ିଶା’ କନ୍କ୍ଲେଭ ଭୁବନେଶ୍ୱରରେ ଆୟୋଜିତ ହେବ। ସେଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବ।
Weather
କମିବ ଶୀତ, ବଢ଼ିବ ତାପମାତ୍ରା; ହୋଇପାରେ ବର୍ଷା
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଗାମୀ ୪୮ ଘଣ୍ଟା ଭିତରେ କୋରାପୁଟ ଓ କନ୍ଧମାଳରେ ଘନ କୁଡୁଡି ହେବାର ସମ୍ଭାବନା ରହିଛି।
Politics
ବିଜେଡିରୁ ଚାଲିଛି ଇସ୍ତଫାର ସୁଅ, ବିଜେପିରେ ମିଶିଲେ ଜୟପୁର ବ୍ଲକ ଅଧ୍ୟକ୍ଷା
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ କୋରାପୁଟ, କଟକ ଓ ଯାଜପୁର ଜିଲ୍ଲାର ତୃଣମୂଳସ୍ତର ନେତାମାନେ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।
Miscellaneous
ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ବଡ଼କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ।
Politics
ଡିଲ୍ ପଛରେ ଅଛି କି ଡିଲ୍, ବିଜୟ ପାଲଟିଲେ ବିଜେଡି ଅସନ୍ତୁଷ୍ଟଙ୍କ ସ୍ୱର?
ମହୋତ୍ସବରୁ ଫେରିବାର ପ୍ରାୟ ୩ଦିନ ପରେ ଗଣମାଧ୍ୟମକୁ ଡାକି କୁଟ୍ଟେ ଓ ଆଶୀଷ ସିଂ ଦିଲ୍ଲୀ ଯିବା ପଛରେ ଡିଲ୍ ହୋଇଥିବା ଅଭିଯୋଗ ଆଣିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କଠୁ ସ୍ପଷ୍ଟୀକରଣ ବି ମାଗିଛନ୍ତି ।