ବିପଦ ସଙ୍କେତ ଟପିଲା ଜଳକା

ଜଳେଶ୍ୱର(ଅଜିତ ଦାସ): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଙ୍କେତ ଟପିଛି। ମଥାନିଠାରେ ଏହାର ବିପଦ ସଙ୍କେତ ୫. ୫ ମିଟର ରହିଥିବା ବେଳେ ବର୍ତ୍ତମାନ ୬. ୪୧ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏଥିଯୋଗୁ  ନଦୀ କୂଳିଆ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଯଦି ଜଳସ୍ତର ୭ ମିଟର ଉପରକୁ ଚାଲିଯାଏ, ତେବେ ବସ୍ତା ବ୍ଲକ୍‌ର ପତ୍ରଝର, ଦୁଧହୋଂଶ ଓ କୁଡ଼ିଆ ପଞ୍ଚାୟତ ପ୍ରଭାବିତ ହେବାର […]

888.jpg000000

Tapaswini Nayak
  • Published: Monday, 26 August 2019
  • , Updated: 26 August 2019, 01:15 PM IST

ଜଳେଶ୍ୱର(ଅଜିତ ଦାସ): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଙ୍କେତ ଟପିଛି। ମଥାନିଠାରେ ଏହାର ବିପଦ ସଙ୍କେତ ୫. ୫ ମିଟର ରହିଥିବା ବେଳେ ବର୍ତ୍ତମାନ ୬. ୪୧ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି।

ଏଥିଯୋଗୁ  ନଦୀ କୂଳିଆ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଯଦି ଜଳସ୍ତର ୭ ମିଟର ଉପରକୁ ଚାଲିଯାଏ, ତେବେ ବସ୍ତା ବ୍ଲକ୍‌ର ପତ୍ରଝର, ଦୁଧହୋଂଶ ଓ କୁଡ଼ିଆ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଖୁବ୍‌ ଶୀଘ୍ର ଜଳସ୍ତର ନ କମିଲେ ମଥାନି ବାହାଦା ଓ ସଦର ବ୍ଲକ୍‌ର ରସୁଲପୁର ଓ ଶ୍ରୀରାମପୁର ପଞ୍ଚାୟତ ମଧ୍ୟ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବାର ବିପଦ ଦେଖାଦେଇଛି।

Related story