ନକଲି ବନ୍ଧୁକ ଦେଖାଇ ଲୁଟ୍‌ କରୁଥିଲା, ଧରାପଡ଼ି ଛେତା ଖାଇଲା

ଜଳେଶ୍ୱର (ଅଜିତ ଦାସ): ମହାମାରୀ ‘କରୋନା’ ବେଳେ ଲୋକେ ଘରୁ ବାହାରିବା ପାଇଁ ନିରାପଦ ମଣୁନାହାନ୍ତି। ଏପରି ସମୟରେ ଉତ୍ପାତ କରୁଛନ୍ତି ଲୋଟେରା। ନକଲି ବନ୍ଧୁକ ଦେଖାଇ ଘରେ ପଶି ଲୁଟ୍‌ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛି। ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି। ଗୋବର୍ଦ୍ଧନପୁର ଗାଁର ବିଶ୍ୱଜିତ ନାଥ ଜଣେ ପେଶାଦାର ଅପରାଧୀ। ତାଙ୍କ ନାଁରେ ଜଳେଶ୍ୱର, ବୈଶିଙ୍ଗା, ବେତନଟୀ, ବାରିପଦା ଓ କମର୍ଦ୍ଦା ଥାନାରେ ୧୦ରୁ  ଅଧିକ ଲୁଟ […]

jaleswar-loot

Manoranjan Sial
  • Published: Thursday, 30 July 2020
  • , Updated: 30 July 2020, 03:42 PM IST

ଜଳେଶ୍ୱର (ଅଜିତ ଦାସ): ମହାମାରୀ ‘କରୋନା’ ବେଳେ ଲୋକେ ଘରୁ ବାହାରିବା ପାଇଁ ନିରାପଦ ମଣୁନାହାନ୍ତି। ଏପରି ସମୟରେ ଉତ୍ପାତ କରୁଛନ୍ତି ଲୋଟେରା। ନକଲି ବନ୍ଧୁକ ଦେଖାଇ ଘରେ ପଶି ଲୁଟ୍‌ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛି। ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି।

ଗୋବର୍ଦ୍ଧନପୁର ଗାଁର ବିଶ୍ୱଜିତ ନାଥ ଜଣେ ପେଶାଦାର ଅପରାଧୀ। ତାଙ୍କ ନାଁରେ ଜଳେଶ୍ୱର, ବୈଶିଙ୍ଗା, ବେତନଟୀ, ବାରିପଦା ଓ କମର୍ଦ୍ଦା ଥାନାରେ ୧୦ରୁ  ଅଧିକ ଲୁଟ ଏବଂ ଛିନ୍ତାୟ ମାମଲା ରହିଛି। ଗତକାଲି ରାତିରେ ବିଶ୍ୱଜିତ ଡିଙ୍ଗାଶୁଳ ଗାଁର ମନ୍ମଥ ଜେନା ଓ ଶଦାସିଭ ଜେନାଙ୍କ ଘରେ ପଶି ବନ୍ଧୁକ ଦେଖାଇ ଲୁଟ୍‌ କରିବାକୁ ଚେଷ୍ଟା କରିଥିଲା। ତେବେ ଚିତ୍କାର ଶୁଣି ପଡ଼ୋଶୀମାନେ ଚାଲି ଆସିବାରୁ ବିଶ୍ୱଜିତ ଫେରାର ହୋଇ ଯାଇଥିଲେ।

ଆଜି ସକାଳେ ଗାଁ ଲୋକେ ତାକୁ କାବୁ କରିନେଇଥିଲେ। ପରେ ତାକୁ ଏକ ଖୁଣ୍ଟରେ ବାନ୍ଧି ପକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଚଲାଇଛି। ପୁଲିସ ଏକ ବାଇକ ଓ ଗୋଟିଏ ଡୁପ୍ଲିକେଟ ବନ୍ଧୁକ ଜବତ କରିଛି। ଯେଉଁ ବନ୍ଧୁକ ଦେଖାଇ ଲୁଟ୍‌ କରିବାକୁ ଉଦ୍ୟମ କରୁଛି।

Related story